Posted inଜାତୀୟ

ଗୋଟିଏ ମଞ୍ଚରେ ଶରଦ ପାଓ୍ବାର-ଅଜିତ, ସୁପ୍ରିୟା ସୁଲେ କଲେ ପ୍ରଂଶସା…ମହାରାଷ୍ଟ୍ରରେ ହେବ ବଡ଼ ଖେଳ

ମୁମ୍ବାଇ,୨୧।୭: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଏକ ନୂଆ ମୋଡ଼ ନେଇଛି। ରାଜନୈତିକ ଉତ୍ତରାଧିକାରୀ ସଂଗ୍ରାମରେ ମାମୁଁ ଶରଦ ପାୱାରଙ୍କ ସହ ସମ୍ପର୍କ ଭାଙ୍ଗିଥିବା ଭଣଜା ଅଜିତ ପାୱାର କ୍ରମାଗତ ଭାବରେ ଖବରରେ ରହି ଆସୁଛନ୍ତି। ଏବେ ଚର୍ଚ୍ଚା ହେଲାଣି କି, ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ପାୱାର ପରିବାର ଏକଜୁଟ ହେବେ କି? ମହାରାଷ୍ଟ୍ରରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ବିଷୟରେ କଳ୍ପନାଜଳ୍ପନା ଜାରି ରହିଛି। ଏସବୁ ମଧ୍ୟରେ ଗୋଟିଏ ବୈଠକରେ ମାମୁଁ ଶରଦ ପାୱାର ଓ ଅଜିତ ପାଓ୍ବାର ଏକାଠି ନଜର ଆସିଥିଲେ। ଏହି ସଭାରେ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଥିଲେ।

ମହାରାଷ୍ଟ୍ରର ରାଜନୈତିକ ସମୀକରଣରେ ପରିବର୍ତ୍ତନ ହେବାର ଲକ୍ଷଣ ଦେଖିବାକୁ ମିଳୁଛି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ପୁଣେ ଜିଲା ଯୋଜନା ଏବଂ ବିକାଶ ପରିଷଦର ବୈଠକ। ଏଥିରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଯୋଗଦେବା ପାଇଁ ଏନସିପି (ଶରଦ ଦଳ) ସୁପ୍ରିମୋ ତଥା ଭେଟେରାନ ନେତା ଶରଦ ପାୱାର ମଧ୍ୟ ପହଞ୍ଚିଥିଲେ। ଏହା ବ୍ୟତୀତ ଏମପି ସୁପ୍ରିୟା ସୁଲେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ବିଧାନସଭା ନିର୍ବାଚନ କିଛି ମାସ ମଧ୍ୟରେ ଅନୁଷ୍ଠିତ ହେବ, ତେଣୁ ରାଜ୍ୟରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଏନସିପି (ଅଜିତ ଦଳ) ର ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳର ବହୁ ନେତା ଶରଦ ପାୱାରଙ୍କ ଦଳରେ ଯୋଗ ଦେଇଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ ଦେଶର ଭେଟେରାନ ରାଜନୈତିକ ନେତା ଶରଦ ପାୱାର ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ରାଜନୈତିକ ମହଲରେ ଆଲୋଚନା ହେଲାଣି କି ଉଭୟ ପାୱାର ପୁଣି ଥରେ ସମାନ ମଞ୍ଚରେ ଏକାଠି ହେବେ କି?

ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥି ସହିତ ଏନସିପି (ଶରଦ ଦଳ) ର ମହା ଅଗାଡି, ଶିବସେନା (ଉଦ୍ଧବ ଦଳ) ଏବଂ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। ଏଭଳି ପରିସ୍ଥିତିରେ ଅଜିତ ପାୱାରଙ୍କ ଏନଡିଏରେ ସ୍ଥିତି ଏତେ ସହଜ ନୁହେଁ। ରାଜନୈତିକ ସ୍ଥିତିକୁ ଦେଖିଲେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠୁଛୁ, ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବଦଳିବ କି?


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri