Categories: ଜାତୀୟ

ଅଜିତ୍‌ ପଓ୍ବାରଙ୍କୁ କରୋନା

ମୁମ୍ବାଇ, ୨୬।୧୦: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ୍‌ର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ଅଜିତ୍‌ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳର ଗସ୍ତ କରିଥିଲେ। ଏହାପରେ କିଛି ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ତେବେ ଏହା କରୋନା ନେଗେଟିଭ୍‌ ଆସିଥିଲା। ମାତ୍ର ଏବେ ତାଙ୍କର ସ୍ବାବ୍‌ର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

Share