Posted inଜାତୀୟ

ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଶରଦଙ୍କୁ ଭେଟିବା ପରେ ପୁଣି ଏକାଠି ହୋଇଯିବ କି ଏନ୍‌ସିପି

ନୂଆଦିଲ୍ଲୀ,୧୬।୭: ଶରଦ ପାୱାରଙ୍କ ସହ ଅଜିତ ପାୱାର ଗୋଷ୍ଠୀର ନେତାଙ୍କ ବୈଠକ ପରେ ମହାରାଷ୍ଟ୍ରରେ ରାଜନୀତି ପୁଣି ଜୋରଦାର ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ଆଦିତ୍ୟ ତଟକରେ, ହସନ ମୁଶ୍ରିଫ୍‌, ଧନଞ୍ଜୟ ମୁଣ୍ଡେ, ଦିଲୀପ ୱାଲ୍ସ ପାଟିଲ, ସଞ୍ଜୟ ବନଶୋଡେ ଏବଂ ସୁନୀଲ ତଟକରେ ପ୍ରମୁଖ ଶରଦ ପାୱାରଙ୍କୁ ଭେଟିବା ପାଇଁ ରବିବାର ଓ୍ବାଇବି ଚହ୍ବାନ୍‌ ସେଣ୍ଟରରେ ପହଞ୍ଚିଥିଲେ।
ଏହି ବୈଠକ ପରେ ଏନସିପିର ମହାରାଷ୍ଟ୍ର ୟୁନିଟର ସଭାପତି ଜୟନ୍ତ ପାଟିଲ କହିଛନ୍ତି, ଆମେ ସରକାରରେ ନାହୁଁ, କିଛି ଲୋକ ଅନ୍ୟ ଦଳକୁ ଯାଇଛନ୍ତି ଏବଂ ସେମାନେ ସରକାରଙ୍କୁ ସମର୍ଥନ କରିଛନ୍ତି, କିନ୍ତୁ ଆମେ ସରକାରଙ୍କୁ ସମର୍ଥନ କରିନାହୁଁ। ଆମ ପାର୍ଟିରେ ବିଭାଜନ ଅଛି। ଶରଦ ପାୱାରଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ସମସ୍ତେ ଶିବସେନା ଏବଂ କଂଗ୍ରେସ ସହିତ ବିଧାନସଭାରେ ବସିବେ।
ଜୟନ୍ତ ପାଟିଲ ଆହୁରି କହିଛନ୍ତି, ଯଦି ଏହି ସମସ୍ତ ମନ୍ତ୍ରୀ (ଯେଉଁମାନେ ମହାରାଷ୍ଟ୍ର ସରକାରରେ ଯୋଗ ଦେଇଥିଲେ) ଆମ ଦଳକୁ ଫେରି ଆସନ୍ତି, ତେବେ ମହାରାଷ୍ଟ୍ର ଏନସିପିର ସଭାପତି ଭାବରେ ମୁଁ ଏଥିରେ ବହୁତ ଖୁସି ହେବି।
ସୂଚନାଯୋଗ୍ୟ,ଜୁଲାଇ ୨ରେ ମହାରାଷ୍ଟ୍ର ରାଜନୀତିରେ ହଠାତ୍‌ ନୂଆମୋଡ ଆସିଥିଲା। ଅଜିତଙ୍କ ନେତୃତ୍ୱରେ କିଛି ଏନସିପି ବିଧାୟକ ଦଳରେ ବିଦ୍ରୋହ ସୃଷ୍ଟି କରି ଏପ୍‌ଡିଏରେ ସାମିଲ ହୋଇଥିଲେ। ଶିନ୍ଦେ ସରକାରରେ ଯୋଗଦେବା ପରେ ଶରrଦwପାଓ୍ବାରଙ୍କ ସହ ଏହା ପ୍ରଥମ ସାକ୍ଷାତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri