Posted inଜାତୀୟ

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର, ମୁଖାଗ୍ନି ଦେଲେ…

ମୁମ୍ବାଇ,୨୯।୧: ମହାରାଷ୍ଟ୍ରର ପୁଣେ ଜିଲାର ବାରାମତିର ବିଦ୍ୟା ପ୍ରତିଷ୍ଠାନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ବାରାମତି ବିମାନବନ୍ଦର ନିକଟରେ ରନୱେରୁ ମାତ୍ର ୨୦୦ ମିଟର ଦୂରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଜିତଙ୍କ ମୃତ୍ୟୁ ହୋଇଥିଲା। ପାୱାରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ କରାଯାଇଛି। ପାୱାରଙ୍କ ଅନ୍ତିମ ସଂସ୍କାର ସମୟରେ “ଅଜିତ ଦାଦା ଅମର ରହେ” ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ବିଦ୍ୟା ପ୍ରତିଷ୍ଠାନରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ, ପାୱାରଙ୍କ ପୁଅ ପାର୍ଥ ଏବଂ ଜୟ ମୁଖାଗ୍ନି ଦେଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ତାଙ୍କର ଶେଷ ଦର୍ଶନ କରି ତାଙ୍କର ପ୍ରିୟ ବନ୍ଧୁ ଏବଂ କ୍ୟାବିନେଟ ସହଯୋଗୀ ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ ପାୱାର ବହୁତ ଘନିଷ୍ଠ ବନ୍ଧୁ ଥିଲେ ଏବଂ ସର୍ବଦା ଆବଶ୍ୟକତା ସମୟରେ ପରସ୍ପର ସହିତ ଠିଆ ହୋଇଆସୁଥିଲେ।

ସୂଚନା ଯୋଗ୍ୟ, ଅଜିତ ପାଓ୍ବାର ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ବାରାମତିରେ ତାଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୁଧବାର ପୋଲିସ ଏହି ମାମଲାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ADR) ଦାଖଲ କରିଛି। ପ୍ରକ୍ରିୟା ଅନୁଯାୟୀ, ADR କୁ ମହାରାଷ୍ଟ୍ର ଅପରାଧ ତଦନ୍ତ ବିଭାଗ (CID) କୁ ହସ୍ତାନ୍ତର କରାଯିବ, ଯାହା ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ତଥ୍ୟ ଆଧାରରେ ତଦନ୍ତ କରିବ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଜ୍ଞ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା; ସିଜେପି (CJP)କହିଲା, ’ଆମେ ସେମାନଙ୍କଠାରୁ ଏଭଳି ନାଟକର…’

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଆୟୋଜିତ ‘୧୦୮-କୁଣ୍ଡୀୟ ଯଜ୍ଞ’ରେ ଅଂଶଗ୍ରହଣ କରିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ…

ମୋଦିଙ୍କ ଜନ୍ମଦିନକୁ ନେଇ କଡ଼ା ସମାଲୋଚନା କଲେ ଭାଇ ବୀରେନ୍ଦ୍ର, କହିଲେ ମୋଦି କୌଣସି ମହାପୁରୁଷ ନୁହେଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାଜପା ଦ୍ୱାରା ଆୟୋଜିତ ‘ଆଶୀର୍ବାଦ କା ଦିୟା’ (ଆଶୀର୍ବାଦର ଦୀପ) କାର୍ଯ୍ୟକ୍ରମକୁ ନେଇ ଆରଜେଡି (RJD) ବିଧାୟକ ଭାଇ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?