ପୁଣି ଥରେ ଅଜିତ ହେଲେ କଳାହାଣ୍ଡି ଜିଲା ଛାତ୍ର ବିଜେଡି ସଭାପତି, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା, ୧୨ା୨(ପ୍ରଦୀପ କୁମାର ସାହୁ): ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲା ପାଇଁ ଛାତ୍ର ବିଜେଡି ଯୁବ ସଭାପତି ଭାବେ ଛାତ୍ର ନେତା ଅଜିତ କୁମାର ସାହୁଙ୍କ ନାମ ଚୟନ କରିଛନ୍ତି। ଯାହାକୁ ନେଇ ଜିଲା ଛାତ୍ର ବିଜେଡି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାପୂର୍ବରୁ ଅଜିତ ଛାତ୍ର ବିଜେଡିର ଜିଲା ସଭାପତି ଭାବେ ଦୁଇ ଥର ରହି ଆସିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ମିଳିବାର ଖବର ଜାଣିବା ପରେ କର୍ଲାମୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଦିନରେ ଦଳର ଛାତ୍ର ସଂଗଠନଙ୍କୁ ମଜଭୁତ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର ବିଭିନ୍ନ ଅବହେଳା ଓ ଦୁର୍ନୀତିକୁ ନେଇ ଲଢ଼େଇ କରାଯିବ ବୋଲି ଜିଲା ଛାତ୍ର ବିଜେଡି ସଭାପତି ଅଜିତ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ, କଳାହାଣ୍ଡି ଜିଲା ବିଜେଡି ସଭାପତି ପ୍ରଦୀପ ଦିଶାରୀ, ଜିଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଭାରତ ବନ୍ଦ ପ୍ରଭାବ: ବନ୍ଦ ରହିଲା ଦୋକାନ ବଜାର, ଗାଡ଼ି ଚଳାଚଳ; ରାଜ୍ୟ ରାଜପଥକୁ…

ଦିଗପହଣ୍ଡି,୧୨|୨(ଅଶେଷ ନାଥ ମିଶ୍ର) ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ  ଗୁରୁବାର ସର୍ବଭାରତୀୟ ସ୍ତରରେ ଡ଼ାକରା ଦିଆଯାଇଥିବା ଭାରତ ବନ୍ଦ ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି।…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ: କଠିନ ପରିଶ୍ରମ କରି…

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଶିକ୍ଷକ ଜଗଦୀଶ ସାହୁ ବେଦମନ୍ତ୍ର ପାଠ କରିବା ପରେ…

ନୂଆ ରୂପ ନେଉଛି ବରଗଡ଼, ବିସ୍ଥାପିତଙ୍କ ପାଇଁ ନୂତନ ସୁପର ମାର୍କେଟ୍‌ କମ୍ପ୍ଲେକ୍ସ, ବିଧାୟକ କଲେ …

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ)- ନୂଆ ସରକାର ଆସିବା ପରେ ବରଗଡ଼ ସହରର ନବକଳେବର ହେଉଛି। ଧନୁଯାତ୍ରା ମହୋତ୍ସବରେ ନୂତନତ୍ତ୍ୱ ଆସିଥିବାବେଳେ ସହରର ପ୍ରମୁଖ ସମସ୍ୟା ଯାତାୟାତ, ନର୍ଦ୍ଦମା ଜଳ…

୩ ଜଣଙ୍କୁ ବଞ୍ଚାଇ ଜୀବନ ଯୁଦ୍ଧରେ ହାରିଗଲେ ଆଶିଷ, ପୁରୀ ସ୍ବର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ୍‌ ଅନର୍‌

ଭଞ୍ଜନଗର,୧୨ା୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡାର ଆଶିଷ ସାହୁ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିଏମ୍‌ଏଲ୍‌ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଶ୍ରମିକ କାମ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ରାଜ୍ୟ ସଭା MP ସୁଜୀତ କୁମାରଙ୍କ ନିଆରା ପ୍ରୟାସ: ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ

ଭବାନୀପାଟଣା/ଲାଞ୍ଜିଗଡ଼,୧୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ)- କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ ଗତ କିଛି ବର୍ଷ ତଳେ ବାହ୍ୟ ଜଗତରୁ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri