Categories: ଜାତୀୟ

ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅମିତ ଶାହାଙ୍କୁ ଭେଟିଲେ ଡୋଭାଲ

ନୂଆଦିଲ୍ଲୀ,୨।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଗୁରୁବାର ଭେଟିଛନ୍ତି। ଅମିତ ଶାହା ଓ ଡୋଭାଲଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡୋଭାଲଙ୍କ ବ୍ୟତୀତ ରୋ ମୁଖ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଜମ୍ମୁ-କଶ୍ମୀରର ଆଭ୍ୟନ୍ତରୀଣ ସୁରକ୍ଷା ଓ ଦିନକୁ ଦିନ ବୃଦ୍ଧି ପାଉଥିବା ଟାର୍ଗେଟ କିଲିଂ ବିଷୟରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଶୁକ୍ରବାର ଅମିତ ଶାହା ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ରହିଛି। ଘାଟିରେ ବଢ଼ୁଥିବା ଟାର୍ଗେଟ କିଲିଂ ଘଟଣା ବିଷୟରେ ଶୁକ୍ରବାର ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସୂଚନା ଦେବେ। ଏଭଳି ପରିସ୍ଥିତିରେ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ଏନ୍‌ଏସ୍‌ଏ ଓ ରୋ ମୁଖ୍ୟଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।

Share