ଅଜିତ ଦାସଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର

ଭୁବନେଶ୍ୱର, ୨୮।୩ (ବ୍ୟୁରୋ): ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ୍‌ କାନ୍‌ଭାସ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ୧୦ମ ରୁଚି ଓଫା ଆଓ୍ବାଡର୍‌ସ ଉତ୍ସବ ଆୟୋଜିତ ହୋଇଯାଇଛି। ଏହାକୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ଓଡ଼ିିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅଭିନେତା ତଥା ନିର୍ଦ୍ଦେଶକ ସ୍ବର୍ଗତ ଅଜିତ ଦାସଙ୍କୁ ୧୦ମ ରୁଚି ଓଫାର ‘ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ଆବର୍ତ୍ତମାନରେ ତାଙ୍କ ସ୍ତ୍ରୀ ମାୟା ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ ୨୫ହଜାର ଟଙ୍କା, ଓଫାର ସ୍ବତନ୍ତ୍ର ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସେହିପରି ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ଓଲିଉଡ୍‌ ଆଇକନ୍‌ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା, ଶ୍ରେଷ୍ଠ ଅଭିନେତା (ଜୁରି ଚଏସ୍‌)ଭାବେ ସବ୍ୟସାଚୀ ମିଶ୍ର, ଶ୍ରେଷ୍ଠ ଅଭିନେତ୍ରୀ (ଜୁରୀ ଚଏସ୍‌) ଭୂମିକା, ଶ୍ରେଷ୍ଠ ନବାଗତ ନାୟକ ଭାବେ ସମୀର ଶତପଥୀ, ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ସାୟଲ ମୁଖାର୍ଜୀ, ଶ୍ରେଷ୍ଠ ଖଳନାୟକ ଭାବେ ମିହିର ଦାସ, ଶ୍ରେଷ୍ଠ ସହ ଅଭିନେତା ଭାବେ ମନୋଜ ମିଶ୍ର, ଶ୍ରେଷ୍ଠ ସହଅଭିନେତା (ଦର୍ଶକଙ୍କ ପସନ୍ଦ) ଭାବେ ଶ୍ରୀତମ ଦାସ, ଶ୍ରେଷ୍ଠ ସହ ଅଭିନେତ୍ରୀ (ଦର୍ଶକଙ୍କ ପସନ୍ଦ)ଭାବେ ଶିବାନୀ ସଙ୍ଗୀତା, ଶ୍ରେଷ୍ଠ ନିଦ୍ଦେର୍’ଶକ ଅଶୋକ ପତି, ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ତରଙ୍ଗ ପ୍ରଡକ୍ସନର ‘ମିଷ୍ଟର ମଜନୁ’, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରେମ ଆନନ୍ଦ, ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ହ୍ୟୁମାନ ସାଗର, ଶ୍ରେଷ୍ଠ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଶ୍ରେଷ୍ଠ ଗୀତିକାର ଭାବେ ବାପୁ ଗୋସ୍ବାମୀ, ଶ୍ରେଷ୍ଠ ସଂଳାପକାର ଭାବେ ଦେବୀଦତ୍ତ ମହାନ୍ତି, ଶ୍ରେଷ୍ଠ କ୍ୟାମେରାମ୍ୟାନ ଭାବେ ରବିନ୍ଦ୍ର ବେହେରା, ଶ୍ରେଷ୍ଠ ସମ୍ପାଦକ ଭାବେ ରାଜେଶ ଦାଶ, ଶ୍ରେଷ୍ଠ ନୃତ୍ୟ ନିଦ୍ଦେର୍’ଶକ ଭାବେ ଲୁବୁନ-ଟୁବୁନ, ଚଳଚ୍ଚିତ୍ର ଖବରଦାତା ଭାବେ ଗୌରୀଶଙ୍କର ପଣ୍ଡା, ଶ୍ରେଷ୍ଠ ପ୍ରଯୋଜକ ଭାବେ ନବୀନ ଭଣ୍ଡାରୀ, ଶ୍ରେଷ୍ଠ ଉତ୍ସାହୀ ପ୍ରଯୋଜକ ଭାବେ ଏନ. ଗଙ୍ଗାଧର ରେଡ୍ଡୀ, ଶ୍ରେଷ୍ଠ ଉଦୀୟମାନ ଅଭିନେତା ଭାବେ ଶୁଭାଶିଷ ନାଥ ଶର୍ମାଙ୍କୁ ପୁରସ୍କୃତ କରାଯାଇଛି।

ହକ୍‌ଙ୍କ ନିର୍ଦ୍ଦେଶନାରେ ମୋକ୍ଷର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆସନ୍ତା ବର୍ଷଠାରୁ ଏହି ପୁରସ୍କାର ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ ଓ ଆଓ୍ବାଡର୍‌ସ ନାମରେ ନାମିତ କରାଯିବ ବୋଲି ଓଫାର ସଭାପତି ବାପୁ ଲେଙ୍କା ସୂଚନା ଦେଇଥିଲେ। ସେହିପରି ଓଫା ଆଓ୍ବାଡର୍‌ସର ନୂତନ ଲୋଗୋ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ରୁଚି ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ରୁଚି ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଏସ୍‌ଏନ୍‌ଏମ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି, ଓଫାର ଉପାଧ୍ୟକ୍ଷ ସ୍ମୃତିଶିକ୍ତ ସାମନ୍ତରାୟ, ଦଧିଚି ଗ୍ରୁପ୍‌ ଅଫ୍‌ ସ୍କୁଲର ନିର୍ଦ୍ଦେଶକ ଡ. ମନୋଜ କୁମାର ଦାଶ, ସେଣ୍ଟ ଜାଭିୟର୍ସ ଗ୍ରୁପ୍‌ ଅଫ ସ୍କୁଲର ନିର୍ଦ୍ଦେଶକ ଡ. ପ୍ରଭୁଚରଣ ମହାନ୍ତି ଏବଂ ସାଇ ଓ୍ବାଲ୍ଡର ପରିଚାଳନା ନିର୍ଦ୍ଦେଶକ ପିୟୁଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri