ଅଜିତ ଦାସଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର

ଭୁବନେଶ୍ୱର, ୨୮।୩ (ବ୍ୟୁରୋ): ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ୍‌ କାନ୍‌ଭାସ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ୧୦ମ ରୁଚି ଓଫା ଆଓ୍ବାଡର୍‌ସ ଉତ୍ସବ ଆୟୋଜିତ ହୋଇଯାଇଛି। ଏହାକୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ଓଡ଼ିିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅଭିନେତା ତଥା ନିର୍ଦ୍ଦେଶକ ସ୍ବର୍ଗତ ଅଜିତ ଦାସଙ୍କୁ ୧୦ମ ରୁଚି ଓଫାର ‘ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ଆବର୍ତ୍ତମାନରେ ତାଙ୍କ ସ୍ତ୍ରୀ ମାୟା ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ ୨୫ହଜାର ଟଙ୍କା, ଓଫାର ସ୍ବତନ୍ତ୍ର ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସେହିପରି ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ଓଲିଉଡ୍‌ ଆଇକନ୍‌ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅର୍ଚ୍ଚିତା, ଶ୍ରେଷ୍ଠ ଅଭିନେତା (ଜୁରି ଚଏସ୍‌)ଭାବେ ସବ୍ୟସାଚୀ ମିଶ୍ର, ଶ୍ରେଷ୍ଠ ଅଭିନେତ୍ରୀ (ଜୁରୀ ଚଏସ୍‌) ଭୂମିକା, ଶ୍ରେଷ୍ଠ ନବାଗତ ନାୟକ ଭାବେ ସମୀର ଶତପଥୀ, ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ସାୟଲ ମୁଖାର୍ଜୀ, ଶ୍ରେଷ୍ଠ ଖଳନାୟକ ଭାବେ ମିହିର ଦାସ, ଶ୍ରେଷ୍ଠ ସହ ଅଭିନେତା ଭାବେ ମନୋଜ ମିଶ୍ର, ଶ୍ରେଷ୍ଠ ସହଅଭିନେତା (ଦର୍ଶକଙ୍କ ପସନ୍ଦ) ଭାବେ ଶ୍ରୀତମ ଦାସ, ଶ୍ରେଷ୍ଠ ସହ ଅଭିନେତ୍ରୀ (ଦର୍ଶକଙ୍କ ପସନ୍ଦ)ଭାବେ ଶିବାନୀ ସଙ୍ଗୀତା, ଶ୍ରେଷ୍ଠ ନିଦ୍ଦେର୍’ଶକ ଅଶୋକ ପତି, ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ତରଙ୍ଗ ପ୍ରଡକ୍ସନର ‘ମିଷ୍ଟର ମଜନୁ’, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରେମ ଆନନ୍ଦ, ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ହ୍ୟୁମାନ ସାଗର, ଶ୍ରେଷ୍ଠ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଶ୍ରେଷ୍ଠ ଗୀତିକାର ଭାବେ ବାପୁ ଗୋସ୍ବାମୀ, ଶ୍ରେଷ୍ଠ ସଂଳାପକାର ଭାବେ ଦେବୀଦତ୍ତ ମହାନ୍ତି, ଶ୍ରେଷ୍ଠ କ୍ୟାମେରାମ୍ୟାନ ଭାବେ ରବିନ୍ଦ୍ର ବେହେରା, ଶ୍ରେଷ୍ଠ ସମ୍ପାଦକ ଭାବେ ରାଜେଶ ଦାଶ, ଶ୍ରେଷ୍ଠ ନୃତ୍ୟ ନିଦ୍ଦେର୍’ଶକ ଭାବେ ଲୁବୁନ-ଟୁବୁନ, ଚଳଚ୍ଚିତ୍ର ଖବରଦାତା ଭାବେ ଗୌରୀଶଙ୍କର ପଣ୍ଡା, ଶ୍ରେଷ୍ଠ ପ୍ରଯୋଜକ ଭାବେ ନବୀନ ଭଣ୍ଡାରୀ, ଶ୍ରେଷ୍ଠ ଉତ୍ସାହୀ ପ୍ରଯୋଜକ ଭାବେ ଏନ. ଗଙ୍ଗାଧର ରେଡ୍ଡୀ, ଶ୍ରେଷ୍ଠ ଉଦୀୟମାନ ଅଭିନେତା ଭାବେ ଶୁଭାଶିଷ ନାଥ ଶର୍ମାଙ୍କୁ ପୁରସ୍କୃତ କରାଯାଇଛି।

ହକ୍‌ଙ୍କ ନିର୍ଦ୍ଦେଶନାରେ ମୋକ୍ଷର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆସନ୍ତା ବର୍ଷଠାରୁ ଏହି ପୁରସ୍କାର ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ ଓ ଆଓ୍ବାଡର୍‌ସ ନାମରେ ନାମିତ କରାଯିବ ବୋଲି ଓଫାର ସଭାପତି ବାପୁ ଲେଙ୍କା ସୂଚନା ଦେଇଥିଲେ। ସେହିପରି ଓଫା ଆଓ୍ବାଡର୍‌ସର ନୂତନ ଲୋଗୋ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ରୁଚି ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ରୁଚି ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଏସ୍‌ଏନ୍‌ଏମ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି, ଓଫାର ଉପାଧ୍ୟକ୍ଷ ସ୍ମୃତିଶିକ୍ତ ସାମନ୍ତରାୟ, ଦଧିଚି ଗ୍ରୁପ୍‌ ଅଫ୍‌ ସ୍କୁଲର ନିର୍ଦ୍ଦେଶକ ଡ. ମନୋଜ କୁମାର ଦାଶ, ସେଣ୍ଟ ଜାଭିୟର୍ସ ଗ୍ରୁପ୍‌ ଅଫ ସ୍କୁଲର ନିର୍ଦ୍ଦେଶକ ଡ. ପ୍ରଭୁଚରଣ ମହାନ୍ତି ଏବଂ ସାଇ ଓ୍ବାଲ୍ଡର ପରିଚାଳନା ନିର୍ଦ୍ଦେଶକ ପିୟୁଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri