ବିଟ୍‌ କଏନ କାରବାର ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ନିବେଶକ କମ୍ପାନୀ

ନୂଆଦିଲ୍ଲୀ,୨୮। ୩: ସାରା ବିଶ୍ୱରେ ବିଟ୍‌ କଏନର କାରବାର କାୟାବିସ୍ତାର କରିଚାଲିଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ଶେଷରେ ବିଟ୍‌ କଏନ (କ୍ରିପ୍ଟୋ କରେନ୍ସି)ର କାରବାରକୁ ଦେଶରେ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ପୋରେଟ ମନ୍ତ୍ରଣାଳୟ ନିକଟରେ ଏଥିରେ ନିବେଶ କରୁଥିବା କମ୍ପାନୀଗୁଡିକୁ ନୋଟିସ ଜାରି କରିଛନ୍ତି। ବିଟ୍‌ କଏନ କାରବାର ସମ୍ପର୍କରେ ଏକ ବିସ୍ତୃତ ବାଲାନ୍ସ ସିଟ୍‌ ପ୍ରସ୍ତୁତକରି ସରକାରଙ୍କୁ ଅବଗତ କରାଇବା ସହ ଏହାର ନେଣଦେଣର ସମସ୍ତ ସୂଚନା ନିଜ ପାଖରେ ରଖିବାକୁ ବାଧ୍ୟତାମୂଳକ କରିଛନ୍ତି। ମନ୍ତ୍ରଣାଳୟର ଏଭଳି କଠୋର ପଦକ୍ଷେପ ଦେଶରେ ବଢୁଥିବା ବିଟ୍‌ କଏନ କାରବାର ଓ ଏହାର ବଜାରକୁ ନିୟାମକ ଅନ୍ତର୍ଗତ କରିବା ଲାଗି ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି।
ନିକଟରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ସମସ୍ତ ନିବେଶକ କମ୍ପାନୀ ବିଟ୍‌ କଏନ କାରବାରରୁ ହେଉଥିବା ଲାଭ ଓ କ୍ଷତି ଏବଂ କେତେ ପରିମାଣର ଏପରି କରେନ୍ସି ଗଚ୍ଛିତ ରଖିଛନ୍ତି ତା’ର ତଥ୍ୟ ସରକାରଙ୍କୁ ଦେବାକୁ ଅନିବାର୍ଯ୍ୟ କରିଛନ୍ତି। ସେହିପରି ଭର୍ଚୁଆଲ କରେନ୍ସି କାରବାରରେ ସାମିଲ ହେବା ଲାଗି କୌଣସି ବ୍ୟକ୍ତିଙ୍କ ଠାରୁ କେତେ ପରିମାଣର ଅର୍ଥ ରାଶି ସଂଗ୍ରହ କରାଯାଉଛି ବା କେଉଁଠାରେ ଏହାର ଜମା ହେଉଛି ସେ ସମ୍ପର୍କରେ ମଧ୍ୟ ସୂଚିତ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ଆଗାମୀ ଆର୍ଥିକ ବର୍ଷରୁ ଏ ସମ୍ପର୍କିତ ସମସ୍ତ ସୂଚନା ସରକାରଙ୍କ ବିଭିନ୍ନ ବିଭାଗର ଜାଣତରେ କରିବାକୁ ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ଏକ ରିର୍ପୋଟ ଆଧାରରେ ଭାରତରେ ଅନୂ୍ୟନ କୋଟିଏ ଲୋକ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି। ଏଥିରୁ ବିଟ୍‌ କଏନରେ ନିବେଶକଙ୍କ ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି। ତେବେ ଏହି କ୍ରିଫ୍ଟୋ ବଜାରରେ କେଉଁ କେଉଁ କମ୍ପାନୀଙ୍କ ନିବେଶ ଅଛି ତା’ର କୌଣସି ତଥ୍ୟ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ଟେସ୍‌ଲା ଓ ମାଇକ୍ରୋ ଷ୍ଟ୍ରାଟେଜି ଭଳି ଅନେକ ବୃହତ୍‌ କମ୍ପାନୀ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri