ବିଟ୍‌ କଏନ କାରବାର ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ନିବେଶକ କମ୍ପାନୀ

ନୂଆଦିଲ୍ଲୀ,୨୮। ୩: ସାରା ବିଶ୍ୱରେ ବିଟ୍‌ କଏନର କାରବାର କାୟାବିସ୍ତାର କରିଚାଲିଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ଶେଷରେ ବିଟ୍‌ କଏନ (କ୍ରିପ୍ଟୋ କରେନ୍ସି)ର କାରବାରକୁ ଦେଶରେ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ପୋରେଟ ମନ୍ତ୍ରଣାଳୟ ନିକଟରେ ଏଥିରେ ନିବେଶ କରୁଥିବା କମ୍ପାନୀଗୁଡିକୁ ନୋଟିସ ଜାରି କରିଛନ୍ତି। ବିଟ୍‌ କଏନ କାରବାର ସମ୍ପର୍କରେ ଏକ ବିସ୍ତୃତ ବାଲାନ୍ସ ସିଟ୍‌ ପ୍ରସ୍ତୁତକରି ସରକାରଙ୍କୁ ଅବଗତ କରାଇବା ସହ ଏହାର ନେଣଦେଣର ସମସ୍ତ ସୂଚନା ନିଜ ପାଖରେ ରଖିବାକୁ ବାଧ୍ୟତାମୂଳକ କରିଛନ୍ତି। ମନ୍ତ୍ରଣାଳୟର ଏଭଳି କଠୋର ପଦକ୍ଷେପ ଦେଶରେ ବଢୁଥିବା ବିଟ୍‌ କଏନ କାରବାର ଓ ଏହାର ବଜାରକୁ ନିୟାମକ ଅନ୍ତର୍ଗତ କରିବା ଲାଗି ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି।
ନିକଟରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ସମସ୍ତ ନିବେଶକ କମ୍ପାନୀ ବିଟ୍‌ କଏନ କାରବାରରୁ ହେଉଥିବା ଲାଭ ଓ କ୍ଷତି ଏବଂ କେତେ ପରିମାଣର ଏପରି କରେନ୍ସି ଗଚ୍ଛିତ ରଖିଛନ୍ତି ତା’ର ତଥ୍ୟ ସରକାରଙ୍କୁ ଦେବାକୁ ଅନିବାର୍ଯ୍ୟ କରିଛନ୍ତି। ସେହିପରି ଭର୍ଚୁଆଲ କରେନ୍ସି କାରବାରରେ ସାମିଲ ହେବା ଲାଗି କୌଣସି ବ୍ୟକ୍ତିଙ୍କ ଠାରୁ କେତେ ପରିମାଣର ଅର୍ଥ ରାଶି ସଂଗ୍ରହ କରାଯାଉଛି ବା କେଉଁଠାରେ ଏହାର ଜମା ହେଉଛି ସେ ସମ୍ପର୍କରେ ମଧ୍ୟ ସୂଚିତ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ଆଗାମୀ ଆର୍ଥିକ ବର୍ଷରୁ ଏ ସମ୍ପର୍କିତ ସମସ୍ତ ସୂଚନା ସରକାରଙ୍କ ବିଭିନ୍ନ ବିଭାଗର ଜାଣତରେ କରିବାକୁ ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ଏକ ରିର୍ପୋଟ ଆଧାରରେ ଭାରତରେ ଅନୂ୍ୟନ କୋଟିଏ ଲୋକ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି। ଏଥିରୁ ବିଟ୍‌ କଏନରେ ନିବେଶକଙ୍କ ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି। ତେବେ ଏହି କ୍ରିଫ୍ଟୋ ବଜାରରେ କେଉଁ କେଉଁ କମ୍ପାନୀଙ୍କ ନିବେଶ ଅଛି ତା’ର କୌଣସି ତଥ୍ୟ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ଟେସ୍‌ଲା ଓ ମାଇକ୍ରୋ ଷ୍ଟ୍ରାଟେଜି ଭଳି ଅନେକ ବୃହତ୍‌ କମ୍ପାନୀ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri