Posted inଖେଳ

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍‌ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’

ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ସବୁଆଡ଼େ ଭାରତୀୟ ଦଳର ପ୍ରଶଂସା ହେଉଛି। ବିଶେଷ କରି ଏହି ବିଜୟ ପରେ ଆଜିଙ୍କ୍ୟ ରାହାନେଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଅନେକ ଲୋକ ରାହାନେଙ୍କୁ ଧୋନୀଙ୍କ ସହ ତୁଳନା କରି ତାଙ୍କୁ ଭବିଷ୍ୟତର ଅଧିନାୟକ ବୋଲି କହୁଛନ୍ତି। ଏବେ ରାହାନେ ପ୍ରଶଂସା ସାଉଁଟୁଥିବା ବେଳେ କିଛି ଦିନ ପୂର୍ବେ ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଉକ୍ତ ସମୟରେ ସେ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ସଂଘର୍ଷ କଥା ଲୋକଙ୍କ ସହ ଶେୟାର କରିଥିଲେ।
ମୁମ୍ବାଇରେ ରହୁଥିବା ରାହାନେ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଆଜି ତାଙ୍କର ତୁଳନା କ୍ୟାପ୍‌ଟେନ୍‌ କୁଲ୍‌ ଧୋନୀଙ୍କ ସହ କରାଯାଉଛି। ଆଜି ରାହାନେ ଯେଉଁ ସଫଳତା ପାଇଛନ୍ତି ତାର ଶ୍ରେୟ ସେ ନିଜ ମା’ବାପାଙ୍କୁ ଦେଇଛନ୍ତି।
ଏକ ସାକ୍ଷାତକାରରେ ରାହାନେ କହିଥିଲେ ଯେ, ଦାରିଦ୍ର୍ୟରେ ଥିବା ବେଳେ ତାଙ୍କର ଖେଳପ୍ରତି ରହିଥିବା ଆଗ୍ରହକୁ ପରିବାର ଲୋକେ ଆଦୌ ହେଲେ କମ୍‌ ହେବାକୁ ଦେଇ ନ ଥିଲେ। ଏକଦା ତାଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ଟଙ୍କା ନ ଥିଲା। ତାଙ୍କର ପ୍ରଶିକ୍ଷଣ ଶିବିର ଘରଠାରୁ ୮ କି.ମି. ଦୂରରେ ଥିଲା। ଏଭଳି ପରିସ୍ଥିତିରେ ତାଙ୍କ ମା’ସାନ ଭାଇକୁ କୋଳରେ ଧରି ରାହାନେଙ୍କ ବ୍ୟାଗ୍‌କୁ କାନ୍ଧରେ ବୋହି ଚାଲି ଚାଲି ଶିବିର ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ସପ୍ତାହରେ ମାତ୍ର ଗୋଟିଏ ଦିନ ସେ ରିକ୍ସାରେ ଯାଇପାରୁଥିଲେ। ତେଣୁ ଅନ୍ୟ ଦିନ ଗୁଡିକରେ ମା’ ସାନ ଭାଇକୁ କୋଳରେ ଧରି ଭାରି ବ୍ୟାଗ୍‌ କାନ୍ଧରେ ଉଠାଇ ପ୍ରଶିକ୍ଷଣ ଶିବିର ପର୍ଯ୍ୟନ୍ତ ପହଞ୍ଚାଉଥିଲେ ବୋଲି ରାହାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri