Categories: ଖେଳ

କୋହଲିଙ୍କୁ କ୍ଷମା ମାଗିଲେ ରାହାଣେ

ମେଲବର୍ନ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ କରିଥିବା ନିଜର ଭୂଲକୁ ନେଇ ବିରାଟ କୋହାଲିଙ୍କୁ କ୍ଷମା ମାଗିଛନ୍ତି ଅଜିଙ୍କ୍ୟ ରାହାଣେ। ଭାରତୀୟ ଦଳ ୧୮୮/୩ ଉଇକେଟ ସହ ମଜଭୂତ ସ୍ଥିତିରେ ଥିଲା। ହେଲେ ଦୁର୍ଭାଗ୍ୟବଶତଃ ଏକ ରନ୍‌ଆଉଟ୍‌କୁ ନେଇ ଅଷ୍ଟ୍ରେଲିଆ ଦଳ ଭାରତ ଉପରେ ଦବଦବା ବଢ଼ାଇଦେଇଥିଲା। ରାହାଣେ ଏବଂ ବିରାଟଙ୍କ ମଧ୍ୟରେ କଥାବାର୍ତ୍ତାରେ ଅସନ୍ତୁଳନ ଯୋଗୁ ଅଧିନାୟକ ରନ୍‌ଆଉଟ୍‌ ହୋଇଥିଲେ।

ଲାୟନଙ୍କ ବଲ୍‌କୁ ଖେଳି ରନ୍‌ ନେବାକୁ ଚାହୁଁଥିଲେ ରାହାଣେ। ହେଲେ ମଝି ରାସ୍ତାରେ ସେ ରନ୍‌ ନେଇ ପାରିବେ ନାହିଁ ବୋଲି ଜାଣି ପାରିଥିଲେ। ଅପରପଟେ ଥିବା କୋହଲିଙ୍କୁ ସେ ଫେରିଯିବାକୁ କହିଥିଲେ। ଫଳରେ କୋହଲିଙ୍କୁ ଫେରିବାକୁ ପଡ଼ିଥିଲା। ସେତେବେଳକୁ ବହୁତ ଆଗକୁ ଚାଲିଆସିଥିବାରୁ ସହଜ ରନ୍‌ଆଉଟ୍‌ର ଶିକାର ହୋଇଥିଲେ ସେ। ୭୪ ରନ୍‌ କରି ସେ ଫେରିବା ପରେ ଖୁବ୍‌ କମ୍‌ ରନ୍‌ ୨୪୪ରେ ସମସ୍ତ ଉଇକେଟର ପତନ ହୋଇଥିଲା। ଏହା କଷ୍ଟକର ରନ୍‌ ଥିଲା। ଆମେ ବହୁତ ଆଗକୁ ଯାଇ ସାରିଥିଲୁ। ସେହି ଦିନ ଖେଳ ଶେଷ ହେବା ପରେ ମୁଁ ତାଙ୍କ ପାଖକୁ ଯାଇଥିଲି ଓ କ୍ଷମା ମାଗିଥିଲି। ସେ କହିଥିଲେ ଠିକ୍‌ ଅଛି। ଏଭଳି ଘଟଣା କ୍ରିକେଟରେ ହୁଏ ବୋଲି ବିରାଟ କହିଥିଲେ ବୋଲି ରାହାଣେ କହିଛନ୍ତି।

Share