Categories: ଖେଳ

୫ ମାସ ପରେ ଝିଅକୁ ଭେଟି ଭାବପ୍ରବଣ ହେଲେ ଏହି ଖେଳାଳି: ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ପରେ ଅଧିନାୟକ ଆଜିଙ୍କ୍ୟ ରାହାନେ ଭାରତ ଫେରିଛନ୍ତି। ପ୍ରଶଂସକ ଏବଂ ତାଙ୍କ ପରିବାର ଦ୍ୱାରା ରାହାନେଙ୍କୁ ଜୋରଦାରରେ ସ୍ବାଗତ କରାଯାଇଛି। ରାହାନେଙ୍କ ସ୍ବାଗତ ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ରାହାନେ ନିଜ ଝିଅ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ରାହାନେ ଯାହା ଲେଖିଛନ୍ତି ତାହା ପ୍ରଶଂସକଙ୍କ ହୃଦୟ ଜିତିଛି। ସେ ଲେଖିଛନ୍ତି, ୫ ମାସ, ଦୁଇଟି ଦେଶ ଏବଂ ୮ ଶହର ବୁଲିବା ପରେ ମୋର ପସନ୍ଦର ଶହରକୁ ଫେରିଛି।
ତେବେ ଅଷ୍ଟ୍ରେଲିଆ ସିରିଜ୍‌ ଖେଳିବା ପୂର୍ବରୁ ରାହାନେ ଆଇପିଏଲ୍‌ ଖେଳିବା ପାଇଁ ୟୁଏଇ ଯାଇଥିଲେ।

Share