Categories: ଖେଳ

ଏଣିକି ଅଧିନାୟକ ନୁହେଁ ଉପ-ଅଧିନାୟକ; ବିରାଟ ଫେରିଲେ ଏଭଳି ଲାଗିବ ବୋଲି କହିଲେ ରାହାଣେ

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍‌। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲଆଉଟ୍‌ ହେବାର ଲଜ୍ଜାଜନକ ଘଟଣା ପରେ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇଥିଲେ। ଏହାପରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇ ଦଳକୁ ସିରିଜ ବିଜୟ ହାତେଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଏବେ ଉଭୟଙ୍କୁ ନେଇ ବିଭିନ୍ନ ଆଲୋଚନା କରାଯାଉଛି। କିଛି ବିରାଟଙ୍କଠାରୁ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦକୁ ଛଡ଼ାଇ ରାହାଣେଙ୍କୁ ଦିଆଯାଉ ବୋଲି କହୁଥିବା ବେଳେ କିଛି ବିରାଟଙ୍କ ପଦ ବିପଦରେ ବୋଲି କହୁଛନ୍ତି। ତେବେ ଏନେଇ ପଚରାଯିବାରେ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାହାଣେ।

ଯେତେବେଳେ ବିରାଟ ଫେରିବେ ଉପଅଧିନାୟକ ଭାବେ କାର୍ଯ୍ୟ କରିବା ସମୟରେ କେଉଁଭଳି ଲାଗିବ ବୋଲି ରାହାଣେଙ୍କୁ ପଚରାଯାଇଥିଲା। ଏହାର ଜବାବରେ, ମୁଁ ସେ ବିଷୟରେ ଚିନ୍ତା କରିବାକୁ ଚାହେଁନା। ବ୍ରିସ୍‌ବେନ୍‌ ବିଜୟ ସହ ସିରିଜ୍‌ ହାତେଇବାକୁ ନେଇ ମିଳିଥିବା ଖୁସିକୁ ଉପଭୋଗ କରିବାକୁ ଚାହେଁ। ଭାରତ ଫେରିବା ପରେ ଇଂଲଣ୍ଡ ବିପକ୍ଷ ସିରିଜ ବିଷୟରେ ଭାବିବା ବୋଲି ସେ କହିଛନ୍ତି।

ରାହାଣେଙ୍କ ଅଧିନାୟକତ୍ୱ ବିଷୟରେ କଥାହେଲେ ସେ ଏବେପର୍ଯ୍ୟନ୍ତ ୫ଟି ଟେଷ୍ଟ ମ୍ୟାଚ୍‌ରେ ନେତୃତ୍ୱ ନେଇଛନ୍ତି। ସେଥିରୁ ୪ଟି ମ୍ୟାଚ୍‌ରେ ଭାରତ ବିଜେତା ହୋଇଥିବା ବେଳେ ଗୋଟିଏ ଡ୍ର ରହିଛି। ସେହିଭଳି ବିରାଟ ୫୬ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ବେଳେ ସେଥିରୁ ୩୩ରେ ଜିତିଛି ଭାରତ। ୧୦ ମ୍ୟାଚ୍‌ ଡ୍ର ରହିଛି। ୧୩ ମ୍ୟାଚ୍‌ରେ ଭାରତ ହାରିଛି।

Share