Categories: ଖେଳ

ପଡ଼ୋଶୀ ଝିଅଙ୍କ ସହ ରାସ୍ତାରେ ଧରାପଡ଼ି ଯାଇଥିଲେ ଏହି ପ୍ରସିଦ୍ଧ ଖେଳାଳି

ଅଷ୍ଟ୍ରେଲିଆରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚର କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କର ସବୁଆଡେ ପ୍ରଶଂସା କରାଯାଉଛି। ରାହାଣେଙ୍କର ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଦିନରେ ବାଜୟୀ ହୋଇପାରିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ରାହାଣେ ଏକ ଶତକ ପୂରଣ କରିଥିଲେ। ରାହାଣେଙ୍କୁ ଭରଷାଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ମଧ୍ୟ କୁହାଯାଏ। ତେବେ ରାହାଣେଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ କୌତୁହଳ ଥିଲା। କଲେଜରେ ପଢ଼ିବା ସମୟରେ ପିଲାଦିନର ବନ୍ଧୁଙ୍କ ପ୍ରେମରେ ପଡ଼ିଯାଇଥିଲେ। ନିଜେ ରାହାଣେ ଏକଥା ଗଣମାଧ୍ୟମ ସମ୍ମୁଖରେ କହିଥିଲେ।
ରାହାଣେ ନିଜର ପିଲାଦିନର ବନ୍ଧୁ ତଥା ପ୍ରେମିକା ରାଧିକା ଧୋପାଭକରଙ୍କୁ ୨୬ ସେପ୍ଟେମ୍ବର ୨୦୧୪ରେ ବିବାହ କରିଥିଲେ। ଧୂମ୍‌ଧାମରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଲଭ୍‌ କମ୍‌ ଆରେଞ୍ଜ ହୋଇଥିଲା। ରାହାଣେଙ୍କ ସ୍ତ୍ରୀ ରାଧିକା ପୁନେର ମୂଳ ବାସିନ୍ଦା। ମାତ୍ର ତାଙ୍କର ପରିବାର ମୁମ୍ବାଇରେ ରୁହନ୍ତି। ରାହାଣେ ଏବଂ ରାଧିକାଙ୍କ ପରିବାର ପାଖାପାଖି ରହୁଥିଲେ। ପିଲାଟି ଦିନରୁ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ଥିଲେ। ପରେ ଉଭୟ ଏକାଠି କଲେଜରେ ପଢ଼ିଲେ। ଏଠାରେ ସେମାନଙ୍କ ବନ୍ଧୁତ୍ୱ ପ୍ରେମରେ ବଦଳିଯାଇଥିଲା। ଦିନେ ଉଭୟ କଲେଜରୁ ଲୁଚି ଫିଲ୍ମ ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ରାଧିକାଙ୍କ ମା’ ସେମାନଙ୍କୁ ରାସ୍ତାରେ ଦେଖି ଦେଇଥିଲେ। ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ରାହାଣେ ଏକ ଅଟୋ ସହ ଧକ୍କା ମଧ୍ୟ ହୋଇଯାଇଥିଲେ। ଏ କଥା ନିଜେ ରାହାଣେ ଏକ ସାକ୍ଷାତକାରରେ କହିଥିଲେ।

Share