‘ଦୃଶ୍ୟମ-୨’ ପରେ ଏହି ଫିଲ୍ମରେ ନଜର ଆସିବେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିଲିଜ୍‌ ହେବାର ତିନି ଦିନ ପରେ ଏହି ଫିଲ୍ମ ୬୦ କୋଟିରୁ ଅଧିକ ବ୍ୟବସାୟ କରସାରିଲାଣି। ଏବେ ଯେଭଳି ଭାବରେ ଏହାର କ୍ରେଜ୍‌ ରହିଛି। ଆଶା କରାଯାଉଛି ଏହା ସୁପରହିଟ୍‌ ହେବ। ଇତି ମଧ୍ୟରେ ଅଜୟଙ୍କୁ ନେଇ ଆଉ ଏକ ଖୁସି ଖବର ଆସିଛି। ଅଜୟଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୋଲା’ ଏହାର ଶୁଟିଂ ଶେଷ ହୋଇଛି। ଫିଲ୍ମର ଟିଜର ୨୨ ନଭେମ୍ବରରେ ରିଲିଜ୍‌ ହେବ। ଏଥିରେ ଅଜୟଙ୍କ ସହ ତବୁ ମଧ୍ୟ ନଜର ଆସିବେ। ହେଲେ ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Share