Posted inଖେଳ

ଅଜୟ ସିଂ ବିଏଫ୍‌ଆଇ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୨(ପି.ଟି.): ଅଜୟ ସିଂ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ମତଦାନରେ ଅଜୟ ଅତି ସହଜରେ ଆଶିଷ ଶେଲାରଙ୍କୁ ପରାସ୍ତ କରି ଆଗାମୀ ୪ ବର୍ଷ ପାଇଁ ଏହି ହାଇପ୍ରୋଫାଇଲ ପଦକୁ ନିର୍ବାଚିତ ହୋଇଛନ୍ତି।
ଅଜୟ ସ୍ପାଇଶ୍‌ ଜେଟ୍‌ର ଚେୟାରମ୍ୟାନ ରହିଛନ୍ତି। ଗୁରୁଗ୍ରାମ୍‌ରେ ଅନୁଷ୍ଠିତ ଏହି ମତଦାନରେ ଅଜୟ ୩୭- ୨୭ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେହିପରି ଆସାମର ହେମନ୍ତ କୁମାର କାଲିଟା ନୂଆ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ରର ଜୟ କୋଓ୍ବଲିଙ୍କ ସ୍ଥାନରେ କାଲିଟା ଦାୟିତ୍ୱ ସମ୍ଭାଳିବେ। କାଲିଟା ସେଲାରଙ୍କୁ ସମର୍ଥନ କରିଥିଲେ ଓ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ପୁଣି ଥରେ ନିର୍ବାଚିତ ହୋଇଥିବାରୁ ଅଜୟ ଖୁସି ଜାହିର କରିଛନ୍ତି। ବିଏଫ୍‌ଆଇ ମୋ ଉପରେ ପୁଣିଥରେ ଭରସା କରିଥିବାରୁ କୃତଜ୍ଞ ରହିବି ବୋଲି ସେ କହିଛନ୍ତି। ମହିଳା ବକ୍ସିଂ ଉପରେ ପ୍ରାଧାନ୍ୟ ଦେବେ ବୋଲି ଅଜୟ କହିଛନ୍ତି। ସପୋର୍ଟ ଷ୍ଟାଫ୍‌ ଭୂମିକାରେ ମହିଳାମାନଙ୍କୁ ଆଗକୁ ଆଣିବାକୁ ପ୍ରୟାସ କରାଯିବ। ଗୋଆର ଦନୁଷ୍କା ଡ’ଗାମା ଯୁଗ୍ମ ସମ୍ପାଦକ ଭାବେ ଆମ ଟିମ୍‌ରେ ସାମିଲ ହେବେ ବୋଲି ସେ କହିଛନ୍ତି। ଆଶିଷ ଶେଲାର ମହାରାଷ୍ଟ୍ରର ଜଣେ ଭାଜପା ଏମ୍‌ଏଲ୍‌ଏ। ସେ ମଧ୍ୟ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ର ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି। ମତଦାନରେ ଏଆଇବିଏ ପର୍ଯ୍ୟବେକ୍ଷକ ଭାବେ ୟୁରୀ ଜେସେଭ ଉପସ୍ଥିତ ଥିଲେ। ଏହି ନିର୍ବାଚନ ପ୍ରଥମେ ଗତବର୍ଷ ସେପ୍ଟେମ୍ବରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ମହାମାରୀ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚଥିଲା। ଫଳରେ ୩ ତାରିଖରେ ଅନୁଷ୍ଠିତ ଷଷ୍ଠ ବାର୍ଷିକ ସାଧାରଣ ବୈଠକରେ ନିର୍ବାଚନ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri