ଭସ୍ମ ଲଗାଇ ଶତ୍ରୁଙ୍କୁ ଅନ୍ତ କରିବେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ୍‌-୨ର ଅପାର ସଫଳତା ପରେ ଏବେ ନିଜ ଅପ୍‌କମିଂ ଫିଲ୍ମ ‘ଭୋଲା’ କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ‘ଭୋଲା’ର ଦ୍ୱିତୀୟ ଟିଜର ରିଲିଜ୍‌ ହୋଇଛି। ଏନେଇ ଅଜୟ ଦେବଗନଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇ ସୂଚନା ଦିଆଯାଇଛି। ଫିଲ୍ମର ଦ୍ୱିତୀୟ ଟିଜରକୁ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି। ଏଥିରେ ଅଜୟ ଭସ୍ମ ଲଗାଇ ଶତ୍ରୁଙ୍କୁ ଅନ୍ତ କରିବାକୁ ଆସୁଥିବା ଦେଖିବାକୁ ମିଳିଛି। ଏଥିରେ ଅଜୟଙ୍କ ଦମ୍‌ଦାର ଅଭିନୟ ସହ ତାଙ୍କର ଭିନ୍ନ ରୂପ ନଜର ଆସିଛି। ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତ୍ରୀ ତବ୍ବୁଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ଏହି ଟିଜରରେ ଅଜୟଙ୍କୁ ଦେଖିବା ପରେ ଦର୍ଶକ ବହୁ ଉତ୍ସାହର ସହ ଟ୍ରେଲରକୁ ଅପେକ୍ଷା କରିଛନ୍ତି।

 

Share