ଡିଜିଟାଲ ସିରିଜ ଦୁନିଆରେ ଅଜୟ

ମୁମ୍ବାଇ: ନିର୍ଦ୍ଦେଶକ ରାଜେଶ ମାପୁସ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଇକୋଲଜିକାଲ କ୍ରାଇମ ଡ୍ରାମା ସହିତ ଅଭିନେତା ଅଜୟ ଦେବଗନ ଡିଜିଟାଲ ସିରିଜ ଦୁନିଆରେ ପାଦ ରଖିଛନ୍ତି । ସସପେନ୍ସରେ ଭରପୁର ଡିଜନି ପ୍ଲସ ହଟଷ୍ଟାରର ମୋଷ୍ଟ ଆୱେଟେଡ ହଟଷ୍ଟାର ସ୍ପେଶାଲ୍ସ କ୍ରାଇମ ଥ୍ରିଲର’ ରୁଦ୍ର – ଦ ଏଜ ଅଫ ଡାର୍କନେସ’ର ଦ୍ୱିତୀୟ ଟ୍ରେଲର ସୋମବାର ଏକ ଇଭେଣ୍ଟରେ ରିଲିଜ ହୋଇଛି । ଉତ୍ସୁକତା ବଢାଉଥିବା ଏହି ଟ୍ରେଲରର ଆରମ୍ଭରେ ଅଜୟ ଦେବଗନଙ୍କ ଜବରଦସ୍ତ ଡାଏଲଗ, ‘ଯୋ ଅନ୍ଧରେ ମେ ଛୁପତା ହୈ, ମେ ଉସେ ୱହିଁ ମିଲତା ହୁଁ’ରୁ ଆରମ୍ଭ ହୋଇଛି । ଏସିପି ରୁଦ୍ରବୀର ରୂପରେ ନିଜର ପରିଚୟ ଦେଇ ଅଜୟ ଦେବଗନ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଉଛନ୍ତି । ଏଥିରେ ସେ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଅବତାରରେ ନଜର ଆସିବେ । ବିବିସି ଷ୍ଟୁଡିଓଜ ଇଣ୍ଡିଆ ସହ ଏପ୍ଲାଏଜ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ସିରିଜ ମୁମ୍ବାଇର ସବୁଠାରୁ ଲୋକପ୍ରିୟ ସ୍ଥାନମାନଙ୍କରେ ଶୁଟିଂ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇଶା ଦେୱଲ, ଅତୁଲ କୁଲକର୍ନି, ଅଶ୍ୱିନି କାଲସେକର, ତରୁଣ ଗେହଲୋଟ ଆଦି ନଜର ଆସିବେ ।

Share