ଜନ୍ମଦିନ ପାଳିବାକୁ ମନାକଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନଙ୍କ ଆଜି ଅର୍ଥାତ୍‌ ଏପ୍ରିଲ ୨ରେ ୫୩ତମ ଜନ୍ମଦିନ। ବଲିଉଡ୍‌ର ସିଙ୍ଘମ୍‌ କୁହାଯାଉଥିବା ଅଜୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏବେ ବି ଏହି ଧାରା ଜାରି ରହିଛି। ଫିଲ୍ମରେ ଆକ୍ସନ ହିରୋ ଭାବରେ ଦେଖାଯାଉଥିବା ଅଜୟ, ବାସ୍ତବ ଜୀବନରେ ଅତି ସରଳ ହେବାକୁ ପସନ୍ଦ କରନ୍ତି। ଏପରିକି ସେ କେକ୍‌ କାଟିବାକୁ କିମ୍ବା ତାଙ୍କ ଜନ୍ମଦିନରେ କୌଣସି ବଡ଼ ଉତ୍ସବ ପାଳନ କରିବାକୁ ପସନ୍ଦ କରନ୍ତି ନାହିଁ, ଯଦିଓ ସ୍ତ୍ରୀ କାଜଲ ଏବଂ ପୂରା ପରିବାର ତାଙ୍କ ଜନ୍ମଦିନ ପାଳନ କରନ୍ତି, କିନ୍ତୁ ଏଥର ଅଜୟ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। କାରଣ ଏହି ଦିନ ସେ କିଛି ବିଶେଷ କାର୍ଯ୍ୟରେ ବ୍ୟସ୍ତ ରହିବେ।

ସେ ତାଙ୍କର ଆଗାମୀ ଫିଲ୍ମ ‘ରନ୍‌ଓ୍ବେ-୩୪’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ନିଜେ। ତାଙ୍କର ଏହି ଫିଲ୍ମ ଇଦ୍‌ ଅବସରରେ ମୁକ୍ତିଲାଭ କରିବ।

Share