ଖୁବଶୀଘ୍ର ଆସିବ ‘ରେଡ ୨’: ରହିବ ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ କାହାଣୀ!

ମୁମ୍ବାଇ: ବଲିଉଡରେ ଏବେ ଟ୍ରେଣ୍ଡ ଚାଲିଛି ବାୟୋପିକ୍ ସାଙ୍ଗକୁ ସିକ୍ୟୁଏଲ । ଏହା ବ୍ୟତୀତ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ସତ ଘଟଣାକୁ ନେଇ ଏବେ ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରୁଛନ୍ତି । ଏବେ ଶୁଣିବାକୁ ମିଳିଛି କି ଉତ୍ତର ପ୍ରଦେଶର ଅତର ବ୍ୟବସାୟୀ ପିୟଷ ଜୈନଙ୍କ ଘରେ କରବ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚଢାଉ ପରେ ତାଙ୍କ ଘରୁ କୋଟି କୋଟି ଟଙ୍କା ସହ ଦାମୀ ଘର ଓ ସୁନା ଅଳଙ୍କାରର ଠିକଣା ମିଳିଛି । କୁହାଯାଉଛିକି ଏବେ ପିୟୁଷ ଜୈନଙ୍କ ଏହି ଘଟଣାକୁ ନେଇ ଏକ ଫିଲ୍ମର ଘୋଷଣା କରାଯାଇଛି । ନିର୍ଦ୍ଦେଶକ କୁମାର ମଙ୍ଗତ ପାଠକ ଉତ୍ତର ପ୍ରଦେଶ କାନପୁର ଓ କନ୍ନୌଜରେ ପିୟୁଷଙ୍କ ଘର ଉପରେ କରାଯାଇଥିବା ଚଢଉକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । କୁମାର ମଙ୍ଗତ ପାଠକ ଏହି ଚଢାଉକୁ ନେଇ ‘ରେଡ ୨’ ନାମକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ସେ କହିଛନ୍ତି ତାଙ୍କ ଫିଲ୍ମ ‘ରେଡ’ରେ ସେ ଦେଖାଇଥିଲେ ପାଚିରୀରେ କେମିତି ଟଙ୍କା ରଖାଯାଇଥିଲା । ଏବେ ପିୟୁଷଙ୍କ ପାଚିରୀରୁ ସେମିତି କୋଟି କୋଟି ଟଙ୍କା ମିଳିବା ତାଙ୍କୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆହୁରି ଉତ୍ସାହିତ କରିଛି ବୋଲି ସେ କହିଛନ୍ତି । ଆଗାମୀ ଫିଲ୍ମରେ ବି ସେ ଏହି ଦୃଶ୍ୟ ରଖିବେ ବୋଲି କହିଛନ୍ତି । ୨୦୦୮ରେ ଆସିଥିବା କୁମାର ମଙ୍ଗତ ପାଠକଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଅଜୟ ଦେବଗନ । ଏଥିରେ ସେ ଜଣେ ଆୟକର ଅଧିକାରୀ ଭୂମିକାରେ ନଜର ଆସିଥିଲେ । ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେବେ ଏଥର ‘ରେଡ ୨’ରେ ଅଜୟ ଦେବଗନ ଆସିବେ କି ନା ତାହା ନିର୍ଦ୍ଦେଶକ ସ୍ପଷ୍ଟ କରି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri