ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ‘ଦେ ଦେ ଫ୍ୟାର ଦେ’

ମୁମ୍ବାଇ,୧୮।୫: ଅଜୟ ଦେବଗନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଜୟ ଦେବଗନ ନଜର ଆସିଥିବା ବେଳେ ଏଥିରେ ତବ୍ବୁ ଓ ରକୁଲ ପ୍ରୀତ ନଜର ଆସିଛନ୍ତି। ବଲିଉଡ୍‌ର ଅଲରାଉଣ୍ଡର କୁହାଯାଉଥିବା ଅଜୟଙ୍କ ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ୍‌ ମଚାଇଛି। ରିଲିଜ୍‌ ହେବାର ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ୧୦କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଲାଣି। ତବ୍ବୁ ଅଜୟଙ୍କ ଏକ୍ସ-ଓ୍ବାଇଫ ହୋଇଥିବା ବେଳେ ସେ ନିଜଠାରୁ କମ୍‌ ବୟସର ଝିଅ ରକୁଲ ପ୍ରୀତଙ୍କୁ ଭଲପାଇ ବସିଥିବା କାହାଣୀ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି। ଫିଲ୍ମର କାହାଣୀ ଦମ୍‌ଦାର ହୋଇଥିବା ବେଳେ ଏହାର ଗୀତ ଦର୍ଶକଙ୍କ ମନକୁ ଜିଣିପାରିଛି। ତେବେ ଆଗକୁ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ହାର୍ଟଆଟାକ୍‌ରେ ତାଙ୍କର...

ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ଶାହାରୁଖଙ୍କ ପୁଅ

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଏବେ ପରଦାକୁ ଆସିବାକୁ ବାକି ଅଛି ଆର୍ଯ୍ୟନ୍‌ ଖାଁଙ୍କର। ଶାହାରୁଖ ଖାଁଙ୍କ ବଡ ପୁଅ ହେଉଛନ୍ତି ଆର୍ଯ୍ୟନ୍‌। ସେ ବଲିଉଡରେ...

ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ...

ଲକ୍‌ଡାଉନ୍‌ ଯୋଗୁ ୭୦ ଫିଲ୍ମର ଶୁଟିଂ ରହିଛି ଅଟକି: କ୍ଷତି ହେଲାଣି ୧୫ ଶହ କୋଟି

ମୁମ୍ବାଇ, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ଦ୍ୱାରା ବଲିଉଡ୍‌ର ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଗତ ୬ ମାସରେ...

ସାକ୍ଷାତକାରରେ ଲାଇଭ୍‌ ଥିବା ବେଳେ କାନ୍ଦିପକାଇଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନର୍ସ ଶିଖା ମଲହୋତ୍ରା ନିଜ କାମ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସବୁଠାରେ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଶିଖା କରୋନା...

ପୁଣିଥରେ ଏକାଠି କାମ କରିବେ ସଲମାନ, ସତିଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସତିଶ କୌଶିକ ଓ ଅଭିନେତା ସଲମାନ ଖାଁ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ଶୁଣିବାକୁ ମିଳିଛି କି ପୂର୍ବରୁ ଏମାନଙ୍କ ଯୋଡି...

ମଜାରେ ମଜାରେ

ଦୀପିକା କେତେ ରାଗି ତାହା ନିକଟରେ ଦେଖିବାକୁ ମିଳିଥିଲା। ଗୋଟିଏ କଥାକୁ ନେଇ ସେ ହଠାତ୍‌ ରାଗିଗଲେ, ଆଉ ଯେତେବେଳେ ପ୍ରକୃତ ଘଟଣା କ’ଣ ତାହା...

ପ୍ରଥମ ପତ୍ନୀଙ୍କ ଝିଅ ସହ ନଜର ଆସିଲେ ଆମିର: ଫଟୋ ଭାଇରାଲ

ମୁମ୍ବାଇ: ବିବାଦରୁ ସବୁବେଳେ ଦୂରେଇ ରହୁଥିବା ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ କିନ୍ତୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ନିକଟରେ ସେ ତାଙ୍କର...

Coronavirus Update


Archives

Model This Week

Why Dharitri