‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ ପୂରିଲା ୨୨ବର୍ଷ

ମୁମ୍ବାଇ: ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍‌ ଟ୍ରାଏଙ୍ଗଲ୍‌ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ ଆଜି ୨୨ବର୍ଷ ପୂରିଛି। ୧୯୯୯ ଜୁନ ୧୮ରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ପ୍ରଥମ ଥର ଅଭିନେତା ସଲମାନ ଖାଁ, ଅଜୟ ଦେବଗନ ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ସଞ୍ଜୟଙ୍କ ଆଜି ପର୍ଯ୍ୟନ୍ତର ସବୁଠାରୁ ବଡ଼ ହିଟ୍‌ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ସ୍ପତନ୍ତ୍ର ଦିନକୁ ଅଜୟ ଦେବଗନ ମନେପକାଇ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ଏଭଳି ସମ୍ବେଦନଶୀଳ ଫିଲ୍ମ ଇତିହାସ ରଚିବ ବୋଲି ଆଶା କରି ନ ଥିଲୁ। ଅଜୟ ଶେୟାର କରିଥିବା ୩ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ଫଟୋକୁ ପସନ୍ଦ କରିବା ସହ କମେଣ୍ଟ କରିଛନ୍ତି। ଅନ୍ୟପଟେ ଅଭିନେତା ଅନିଲ କପୁର ମଧ୍ୟ ଏହି ଫଟୋରେ କମେଣ୍ଟ କରି କହିଛନ୍ତି, ଏହା ମୋର ପସନ୍ଦର ଚଳଚ୍ଚିତ୍ର, ଅଜୟଙ୍କ ଅଭିନୟ ବି ବେଶ୍‌ ଚତ୍ମକାର ରହିଥିଲା। ଏଥିସହ ଏକ ହାର୍ଟର ଇମୋଜିକୁ ଅନିଲ କପୁର ଶେୟାର କରିଥିବା ଦେଖିବାକୁ ମିଳିଛି।

Share