ଅଜୟ ଦେବଗନ କିଣିଲେ ନୂଆ ବଙ୍ଗଳା, ଦାମ୍‌ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅଭିନେତାଙ୍କ ବିଳାସମୟ ବଙ୍ଗଳା ଏବଂ ସେମାନଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଇଣ୍ଡଷ୍ଟ୍ରିରୁ କିଛି ସେଲିବ୍ରିଟି ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ସେହି ହିସାବରେ ତାଙ୍କ ଜୀବନଶୈଳୀ ମଧ୍ୟ ବିତାଇଥାନ୍ତି।

ବର୍ତ୍ତମାନ ସମୟରେ ବଲିଉଡ୍‌ର ଷ୍ଟାରମାନେ ନିଜ ପାଇଁ ସୁବ୍ୟବସ୍ଥା କରିବାରେ ଲାଗିଛନ୍ତି। ଭେଟେରାନ୍‌ ଅଭିନେତା ଅଜୟ ଦେବଗନଙ୍କ ନାଁ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଛି। ଅଜୟ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ସେ ଦୀର୍ଘଦିନ ଧରି ରହି ଆସୁଛନ୍ତି। ଏବେ ସେ ଜୁହୁରେ ଏକ ବଡ଼ ବଙ୍ଗଳା କିଣିଛନ୍ତି। ଯାହାର ଦାମ୍‌ ୬୦ କୋଟି ଟଙ୍କା।

ଜୁହୁସ୍ଥିତ ଅଜୟଙ୍କ ଘର ‘ଶାନ୍ତି’ଠାରୁ କିଛି ଦୂରରେ ଏହି ବଙ୍ଗଳାଟିକୁ କିଣିଛନ୍ତି।  ବଙ୍ଗଳାଟି ୫୯୦ ବର୍ଗଫୁଟର। ଅଜୟ ଗତବର୍ଷଠାରୁ ନୂଆ ଘର କିଣିବା ପାଇଁ ଖୋଜୁଥିଲେ। ଯାହା ତାଙ୍କୁ ଏବେ ମିଳିଯାଇଛି। ଅଜୟଙ୍କ ଏହି ବଙ୍ଗଳା ନିକଟରେ ବିଗ୍‌-ବି ଅମିତାଭ ବଚ୍ଚନ, ହ୍ରିତିକ୍‌ ରୋଶନ, ଧର୍ମେନ୍ଦ୍ର ଏବଂ ଅକ୍ଷୟ କୁମାରଙ୍କ ବଙ୍ଗଳା ବି ରହିଛି।

Share