ବଲିଉଡ୍‌ର ଏହି କଳାକାରମାନେ କୌଣସି ଫିଲ୍ମ ପାର୍ଟିକୁ ଯାଆନ୍ତି ନାହିଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍‌ ଧରିଛି। ଏନ୍‌ସିବି ଜାଲରେ ଛନ୍ଦି ହୋଇଥିବା ଅନେକ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ୍‌, ଦୀପିକା ପାଦୁକୋନ, ରକୁଲ ପ୍ରୀତି ସିଂ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବଟାଙ୍କ ନାମ ରହିଛି। ଏନ୍‌ସିବି ଏବେ ସେମାନଙ୍କୁ ପଚରାଉଚରା କରୁଛି। ପୂର୍ବରୁ ମଧ୍ୟ ଅନେକ ବଲିଉଡ୍‌ କଳାକାର ଡ୍ରଗ୍ସ ମାମଲାରେ ଜେଲ ଯାଇ ସାରିଛନ୍ତି। ହେଲେ ଏମିତି କେତେକ କଳାକାର ରହିଛନ୍ତି ଯେଉଁମାନେ ବଲିଉଡ୍‌ର କୌଣସି ପାର୍ଟି ବା ସମାରୋହକୁ ଯିବାକୁ ପସନ୍ଦ କରନ୍ତି ନାହିଁ। ଯଦିବି ଯାଇଥାନ୍ତି ତେବେ କେକ୍‌ କଟାଯିବା ପରେ ସେମାନେ ସେଠାରୁ ଚାଲି ଆସିଥାନ୍ତି। ଜାଣିବା ସେମିତି କେତେଜଣ କଳାକାରଙ୍କ ବିଷୟରେ।


ସନ୍ନି ଦେଓଲ: ସନ୍ନି ଦେଓଲଙ୍କ ବାପା ଧର୍ମେନ୍ଦ୍ର ମଦ ପିଇବାକୁ ଭଲ ପାଆନ୍ତି। ହେଲେ ସନ୍ନି ଏହାଠାରୁ ବହୁତ ଦୂରରେ। ପ୍ରଥମେ ପ୍ରଥମେ ସେ ବଲିଉଡ୍‌ ସମାରୋହରେ ଉପସ୍ଥିତ ହେଉଥିଲେ। ମାତ୍ର ମଦ ନ ପିଇବା କାରଣରୁ ଅନ୍ୟମାନଙ୍କ ସହ ତାଙ୍କର ଭଲ ପଡ଼ିଲା ନାହିଁ। ତେଣୁ ସେ ବଲିଉଡ୍‌ର କୌଣସି ସମାରୋହକୁ ଯିବା ବନ୍ଦ କରିଦେଲେ।

ଅକ୍ଷୟ କୁମାର: ଖିଲାଡି ହିରୋ ଅକ୍ଷୟଙ୍କୁ ବଲିଉଡ୍‌ ପାର୍ଟିରେ ଖୁବ୍‌ କମ୍‌ ଦେଖିବାକୁ ମିଳେ। ମାତ୍ର ସେ ଏହି ପାର୍ଟିକୁ ଯେତେ ଶୀଘ୍ର ଆସିଥାନ୍ତି ସେତେକି ଶୀଘ୍ର ଚାଲି ମଧ୍ୟ ଯାଇଥାନ୍ତି। ଯେମିତିକି ତାଙ୍କର କୌଣସି ଫିଲ୍ମର ସଫଳତା ପାର୍ଟି ହୋଇଥିଲେ କେକ୍‌ କଟା ସରିବା ମାତ୍ରେ ସେ ସେଠାରୁ ଚାଲି ଯାଇଥାନ୍ତି। ମଦ ପିଇବାକୁ ସେ ଆଦୌ ହେଲେ ପସନ୍ଦ କରନ୍ତି ନାହିଁ। ରାତି ୯ଟା ହେବାମାତ୍ରେ ଅକ୍ଷୟ ଶୋଇବାକୁ ଚାଲିଯାଆନ୍ତି। ତାଙ୍କ ପକ୍ଷେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବା ଅସମ୍ଭବ। ଅକ୍ଷୟ କାମରେ ବିଶ୍ୱାସ ରଖନ୍ତି। ଏହିପରି ପାର୍ଟିରେ ସମୟ ନଷ୍ଟ କରିବାକୁ ସେ ଆଦୌ ହେଲେ ପସନ୍ଦ କରନ୍ତି ନାହିଁ।

ଅଜୟ ଦେବଗନ୍‌: ଅଜୟ ଦେବଗନ୍‌ ମଦ ପିଇବାକୁ ପସନ୍ଦ କରନ୍ତି। ହେଲେ ତାହା କେବଳ ନିଜର କିଛି ଖାସ୍‌ ବନ୍ଧୁଙ୍କ ସହ। ବଲିଉଡ୍‌ର କୌଣସି ପାର୍ଟିକୁ ଯିବାକୁ ସେ ପସନ୍ଦ କରନ୍ତିି ନାହିଁ। କାରଣ ସେ ଲୋକଙ୍କ ସହ ଶୀଘ୍ର ମିଶିପାରନ୍ତି ନାହିଁ। ରାତିରେ ୯ଟା ହେବାମାତ୍ରେ ସେ ନିଜ ପରିବାର ସହ ରହିବାକୁ ପସନ୍ଦ କରନ୍ତି

Share