Posted inଖେଳ

ଅଜାତଶତ୍ରୁ ରୋଜର ବିନ୍ନି

ବିନ୍ନିଙ୍କ ବ୍ୟକ୍ତିତ୍ୱ ପଡିଆ ଭିତରେ ଓ ବାହାରେ ସର୍ବଦା ନିର୍ବିବାଦୀୟ। ସେ ବଲ୍‌କୁ ସୁଇଂ କରିବାରେ ମାହିର ଥିବା ବେଳେ ବିଦେଶୀ ପିଚରେ ତାଙ୍କୁ ମିଳୁଥିଲା ଅପାର ସଫଳତା। ତେବେ ଭାରତର ଫ୍ଲାଟ ଟ୍ରାକରେ ଏହି କିମ୍ବଦନ୍ତୀ ଅଲରାଉଣ୍ଡର ଏତେଟା ସଫଳ ହୋଇ ନ ଥିଲେ…

ବି ଶ୍ୱର ଧନଶାଳୀ କ୍ରିକେଟ ବୋର୍ଡ ବିସିସିଆଇ। ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କ୍ରିକେଟ ବୋର୍ଡ ଅନେକାଂଶରେ କ୍ରିକେଟ ସମ୍ପର୍କିତ ସମସ୍ତ ନିଷ୍ପତ୍ତିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିୟନ୍ତ୍ରଣ ମଧ୍ୟ କରିଥାଏ। କିଏ ଏହାର ମୁଖ୍ୟ ହେବ ତା ଉପରେ ସମଗ୍ର ବିଶ୍ୱର ନଜର ରହିଥାଏ। ଏହା ମଧ୍ୟରେ ସିସିଆଇର ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ୬୭ ବର୍ଷୀୟ ରୋଜର ବିନ୍ନି। କେବଳ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ନୁହନ୍ତି ବରଂ ଜଣେ ଭଦ୍ର କ୍ରିକେଟର ଯାହାଙ୍କ ବ୍ୟକ୍ତିତ୍ୱ ପଡିଆ ଭିତରେ ଓ ବାହାରେ ସର୍ବଦା ନିର୍ବିବାଦୀୟ। ୮୦ଦଶକରେ ଯଦି ବିସିସିଆଇ ପକ୍ଷରୁ ଜେଣ୍ଟଲମ୍ୟାନ କ୍ରିକେଟର ଭାବରେ ଏକ ପୁରସ୍କାର ପ୍ରଦାନ କରାଯାଇଥାନ୍ତା ତେବେ ରୋଜର ମାଇକେଲ ହମ୍ଫେରି ବିନ୍ନି ନିଶ୍ଚୟ ଏହି ପୁରସ୍କାର ହାସଲ କରିଥାନ୍ତେ। ନିର୍ବିବାଦୀୟ ବ୍ୟକ୍ତିତ୍ୱ ରଖିଥିବା ଏହି ମିଷ୍ଟଭାସୀ କ୍ରିକେଟରଙ୍କୁ ଅଜାତଶତ୍ରୁ ବୋଲି ମଧ୍ୟ କୁହାଯାଇଥାଏ। କର୍ନାଟକ ଦଳରେ ଗୁଣ୍ଡାପ୍ପା ବିଶ୍ୱନାଥ, ଏରାପଲ୍ଲୀ ପ୍ରସନ୍ନା, ସୟଦ କିରମାନୀ, ବ୍ରିଜେଶ ପଟେଲ ଓ ଏଭି ଜୟପ୍ରକାଶଙ୍କ ସହିତ ସେ ବନ୍ଧୁ ରହିଥିଲେ। ସ୍କଟିଶ ମୂଳ ବାସିନ୍ଦା ରୋଜର ଜଣେ ଆଙ୍ଗ୍ଲୋ ଇଣ୍ଡିଆନ୍‌। କର୍ନାଟକ ପାଇଁ ରଣଜୀ ଖେଳିବା ସହିତ ଜାତୀୟ ଦଳ ପାଇଁ ୨୭ ଟେଷ୍ଟ ଓ ୭୨ଟି ଦିନିକିଆ ଖେଳିଛନ୍ତି। ୨୧ ନଭେମ୍ବର ୧୯୭୯ରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଓ ୬ ଡିସେମ୍ବର ୧୯୮୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ସଂଯୋଗ ବଶତଃ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ବିନ୍ନି ନିଜ କ୍ୟାରିୟରର ପ୍ରଥମ ଓ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଥିଲେ। ୧୯୮୩ ବିଶ୍ୱକପ ଦଳର କପିଲ ଦେବ ଦଳର ଷ୍ଟ୍ରାଇକ ବୋଲର ରହିଥିବା ବେଳେ ପ୍ରାୟ୭-୮ ବର୍ଷ ଧରି ମଦନ ଲାଲ ଓ ବିନ୍ନି ସହଯୋଗୀ ବୋଲର ରହିଥିଲେ। ଅନ୍ୟ ସାଥୀ ଖେଳାଳିଙ୍କ ପରି ବିନ୍ନି କେବେ ଗର୍ବ କରନ୍ତି ନାହିଁ। ତାଙ୍କର ସରଳତା ହିଁ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ୬ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳକାୟ ଶରୀରର ଅଧିକାରୀ ବିନ୍ନି ନିଜ ସୁଇଙ୍ଗ ବୋଲିଂ ପାଇଁ ପ୍ରସିଦ୍ଧ। ଇଂଲଣ୍ଡରେ ଦର୍ଶକ ମାନେ ମଜାରେ ତାଙ୍କୁ ଜ୍ୟାକ ଫ୍ରୁଟ(ପଣସ) ବୋଲି ମଧ୍ୟ ଡାକିଥାନ୍ତି। ୧୯୮୬ ହେଡିଂଲି ଟେଷ୍ଟରେ ଦିଲ୍ଲୀପ ଭେଙ୍ଗସରକାରଙ୍କ ଶତକ ସମସ୍ତଙ୍କ ମନେଥିବା ବେଳେ ଏହି ଟେଷ୍ଟରେ ବିନ୍ନିଙ୍କ ଅବଦାନ ମଧ୍ୟ କିଛି କମ୍‌ ନଥିଲା। କର୍ନାଟକ ପାଇଁ ଓପନ କରୁଥିବା ତଥା ସଞ୍ଜୟ ଦେଶାଇଙ୍କ ସହିତ ୧୯୭୭-୭୮ ସିଜନରେ ୪୫୧ ରନର ଓପନିଙ୍ଗ ଭାଗୀଦାରିର ରେକର୍ଡ ବିନ୍ନିଙ୍କ ନାମରେ ଥିବା ବେଳେ ଭାରତୀୟ ଦଳରେ ତାଙ୍କୁ ୮ ଓ ୯ ନମ୍ବରରେ ସୁଯୋଗ ମିଳୁଥିଲା। ତାରକା ଖଚିତ ଟପ୍‌ ଓ ମିଡିଲ ଅର୍ଡରରେ ବିନ୍ନିଙ୍କୁ ନିମ୍ନକ୍ରମରେ ବ୍ୟାଟିଂ ମିଳୁଥିଲା। ତାଙ୍କ ବୋଲିଂରେ ପେସ୍‌ର ଅଭାବ ଓ ଉପ ମହାଦେଶର ଟର୍ନିଙ୍ଗ ଟ୍ରାକ୍‌ କାରଣରୁ ବିନ୍ନିଙ୍କ ଟେଷ୍ଟ ରେକର୍ଡ ଏତେ ଭଲ ନ ଥିଲା। ୨୭ ଟେଷ୍ଟରୁ ସେ ମାତ୍ର ୪୭ ଉଇକେଟ ନେବାରେ ସମର୍ଥ ହୋଇଥିଲେ। ଇଡେନ୍‌ ଗାର୍ଡେନ୍ସରେ ପାକିସ୍ତାନ ବିପକ୍ଷରେ ୬/୫୬ର କ୍ୟାରିୟର ଶ୍ରେଷ୍ଠ ବୋଲିଂ କରିଥିଲେ ବିନ୍ନି। ତେବେ ଅନେକଙ୍କୁ ଜଣା ନ ଥିବ ଏହି ସୁନୀଲ ଗାଭାସ୍କରଙ୍କ ସହିତ ସେ ନିଜର ଅନ୍ତିମ ଟେଷ୍ଟ ଖେଳିଥିଲେ। ଟର୍ନିଂ ଟ୍ରାକରେ ଗାଭାସ୍କରଙ୍କ ୯୬ ରନ୍‌ କ୍ରିକେଟ ଜଗତରେ ଆଲୋଡନ ଖେଳାଇ ଦେଇଥିବା ବେଳେ ବିନ୍ନିଙ୍କୁ ଏହି ମ୍ୟାଚରେ ମାତ୍ର ୩ ଓଭର ବୋଲିଂର ସୁଯୋଗ ମିଳିଥିଲା। ଗାଭାସ୍କର ଅବସର ଘୋଷଣା କରିଥିବା ବେଳେ ବିନ୍ନିଙ୍କୁ ଏହି ମ୍ୟାଚ ପରେ ଭାରତୀୟ ଦଳରୁ ବାଦ୍‌ ଦିଆଯାଇଥିଲା। ଟେଷ୍ଟରେ ଏତେଟା ସଫଳତା ମିଳି ନଥିଲେ ହେଁ ଦିନିକିଆ ଏବଂ ଆଇସିସି ଟୁର୍ନାମେଣ୍ଟ ଗୁଡିକରେ ବିନ୍ନିଙ୍କ ରେକର୍ଡ ବେଶ ସ୍ବତନ୍ତ୍ର। ପ୍ରଥମ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିବା ବିନ୍ନି ୧୯୮୩ରେ ୧୮ ଉଇକେଟ ସହ ଭାରତର ସର୍ବାଧିକ ଉଇକେଟ ହାସଲକାରୀ ରହିଥିଲେ। ଏହ ବ୍ୟତୀତ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ୧୯୮୫ରେ ଓ୍ବାଲର୍‌ଡ ସିରିଜ କ୍ରିକେଟ ଚାମ୍ପିୟନଶିପରେ ମଧ୍ୟ ୧୭ ଉଇକେଟ ହାସଲ କରିଥିଲେ। ବିନ୍ନ ବଲ୍‌ ସୁଇଁ କରିବାରେ ମାହିର ଥିବା ବେଳେ ବିଦେଶୀ ପିଚରେ ତାଙ୍କୁ ମିଳୁଥିଲା ଅପାର ସଫଳତା। ତେବେ ସେ ସମୟର ଫ୍ଲାଟ ଭାରତୀୟ ଟ୍ରାକରେ ଏହି କିମ୍ବଦନ୍ତୀ ଅଲରାଉଣ୍ଡରଙ୍କୁ ଏତେଟା ସଫଳତା ମିଳି ନ ଥିଲା। ଭାରତରେ ଆୟୋଜିତ ୧୯୮୭ କ୍ରିକେଟ ବିଶ୍ୱକପରେ ଜିଓଫ୍‌ ମାର୍ଶ ଓ ଡେଭିଡ୍‌ ବୁନଙ୍କ ପରି ଖେଳାଳି ତାଙ୍କ ବିପକ୍ଷରେ ରନ୍‌ ସଂଗ୍ରହ କରିବା ସହ ତାଙ୍କ କ୍ୟାରିୟର ଶେଷ କରି ଦେଇଥିଲେ। ୧୯୮୭ରେ ବିନ୍ନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଥିଲେ ହେଁ ଏହାପରେ କିଛବର୍ଷ ଧରି ସେ ରଣଜୀ ଟ୍ରଫି ଖେଳିବା ଜାରି ରଖିଥିଲେ। ଏହି ସମୟରେ ବିନ୍ନିଙ୍କ ତତ୍ତ୍ୱାବଧାନରେ ରାହୁଲ ଡ୍ରାଭିଡ୍‌, ଜାଭାଗଲ ଶ୍ରୀନାଥ ଓ ଭେଙ୍କଟେଶ ପ୍ରସାଦଙ୍କ ପରି ଖେଳାଳି ଜାତୀୟ ଦଳରେ ସାମିଲ ହୋଇଥିଲେ। ଏପରିକି ଡ୍ରାଭିଡ୍‌ ଏକ ପୁରୁଣା ସାକ୍ଷାତକାରରେ ବିନ୍ନିଙ୍କୁ ବେଶ ପ୍ରଶଂସା କରିଥିଲେ। ଏକ ଟୁର ପରେ ବିନ୍ନି ନିଜ ଜର୍ସି ଡ୍ରାଭିଡଙ୍କୁ ପ୍ରଦାନ କରିଥିଲେ। ଜଣେ ଯୁବ ଖେଳାଳି ଭାବରେ ଏହା ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ବେଶ୍‌ ସହାୟକ ହୋଇଥିଲା ବୋଲି ଡ୍ରାଭିଡ ପ୍ରକାଶ କରିଥିଲେ। ମାତ୍ର ୪୫ ବର୍ଷ ବୟସରେ ୨୦୦୦ ମସିହାରେ ତାଙ୍କୁ ଭାରତୀୟ ୧୯ ବର୍ଷରୁ କମ ଦଳର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଯୁବରାଜ ସିଂ, ମହମ୍ମଦ କୈଫ୍‌ ଓ ରୀତିନ୍ଦର ସିଂ ସୋଢିଙ୍କ ପରି ଖେଳାଳି ଏହି ଦଳର ସଦସ୍ୟ ରହିଥିଲେ। ତେବେ ନିଜେ ପ୍ରଚ୍ଛଦପଟରେ ରହି ଯୁବରାଜ ଓ କୈଫଙ୍କ ପରି ଖେଳାଳିଙ୍କୁ ଷ୍ଟାରଡମ ସହିତ ପରିଚିତ କରିଥିଲେ। ୧୯ ବର୍ଷରୁ କମ ବିଶ୍ୱକପରେ ଭାରତ ନିଜର ପ୍ରଥମ ଟ୍ରଫି ଏହି ଟୁର୍ନାମେଣ୍ଟରେ ହିଁ ଜିତିଥିଲା। ଏହାପରେ ସେ ବେଙ୍ଗଲ ରଣଜୀ ଦଳର କୋଚ୍‌ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଜଣେ କୋଚ୍‌ ଭାବରେ ମଧ୍ୟ ବିନ୍ନି ବେଶ ଭଦ୍ର ଥିଲେ। ଅନ୍ୟ ଉପର ନିଜର ବ୍ୟକ୍ତିତ୍ୱକୁ କେବେହେଁ ଲଦିବାକୁ ସେ ପ୍ରୟାସ କରନ୍ତି ନାହିଁ। ୨୦୧୨ରେ ବିନ୍ନି ଜାତୀୟ ଦଳର ଚୟନକର୍ତ୍ତା ରହିଥିଲେ। ତେବେ ୩ ବର୍ଷର କାର୍ଯ୍ୟକାଳ ପରେ ଦ୍ୱୈତ ସ୍ବାର୍ଥ ମାମଲାରେ ତାଙ୍କୁ ପଦ ହରାଇବାକୁ ପଡିଥିଲା। ରୋଜର ବିନ୍ନିଙ୍କ ପୁଅ ଷ୍ଟୁଆର୍ଟ ବିନ୍ନି ଜଣେ ଉପଯୋଗୀ ଅଲରାଉଣ୍ଡର ମଧ୍ୟ ଥିଲେ। ଚୟନକର୍ତ୍ତା ଥିଲେ ହେଁ କେବେ ଏହାର ଫାଇଦା ଉଠାଇ ନିଜ ପୁଅକୁ ଦଳରେ ସାମିଲ କରିନଥିଲେ। ବିନ୍ନିଙ୍କ ପୂର୍ବତନ ଟିମମେଟ୍‌ ସୁନୀଲ ଗାଭାସ୍କର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଯେଉଁ ସମୟରେ ଚୟନ କମିଟିରେ ଷ୍ଟୁଆର୍ଟଙ୍କ ସମ୍ପର୍କରେ ଆଲୋଚନା ହୁଏ ରୋଜର ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରୁ ନ ଥିବା ନେଇ ଗାଭାସ୍କର ନିଜ କଲମ୍‌ରେ ଉଲ୍ଲେଖ କରିଥିଲେ। ବିନ୍ନି କର୍ନାଟକ କ୍ରିକେଟ ଆସୋସିଏଶନର ସଭାପତି ଥିବା ସମୟରେ ଭୂତପୂର୍ବ ସମ୍ପାଦକ ସନ୍ତୋଷ ମେନନଙ୍କୁ ପରିଚାଳନାର ପୂର୍ଣ୍ଣ ଅଧିକାର ପ୍ରଦାନ କରିଥିଲେ। ସନ୍ତୋଷଙ୍କ ପରଲୋକ ପରେ ବିଗତ କିଛି ମାସ ମଧ୍ୟରେ ବିନ୍ନି ପ୍ରଶାସନିକ ପରିଚାଳନାରେ ନିଜକୁ ଅଧିକ ଜଡିତ ରଖିଥିଲେ। ପ୍ରଶାସନିକ କ୍ୟାରିୟର ପାଇଁ ଆହୁରି ୩ ବର୍ଷ ବାକି ଥିବା ବେଳେ ବନ୍ଧୁ ବ୍ରିଜେଶ ପଟେଲ ଓ ଏନ୍‌ ଶ୍ରୀନିବାସନଙ୍କ ସହାୟତାରେ ବିସିସିଆଇ ସଭାପତି ପଦ ପାଇଁ ଆବେଦନ କରିଥିଲେ।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri