Categories: ଜାତୀୟ

ଆଜା-ଆଜା କହିବା ମଧ୍ୟ ଯୌନ ଉତ୍ପୀଡନ: କୋର୍ଟ…

ମୁମ୍ବାଇ,୧୯।୨ : ମୁମ୍ବାଇର ଏକ କୋର୍ଟ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗ ହୋଇଛି ଯେ ଯୁବକ ଜଣକ ନାବାଳିକାକୁ ଆଜା-ଆଜା ବୋଲି କହି ଡାକିଥିଲେ। ମୁମ୍ବାଇର ଦିନଦୋଶିର ଏକ ସେସନ୍ସ କୋର୍ଟ ଯୁବକଙ୍କୁ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ କହିଛନ୍ତି ଆଜା-ଆଜା କହିବା ମଧ୍ୟ ଯୌନ ଉତ୍ପୀଡନ।

ଏହା କୁହାଯାଇଛି ଯେ କୋର୍ଟ ଯେଉଁ ନିଷ୍ପତ୍ତି ଦେଇଛନ୍ତି ତାହା ସେପ୍ଟେମ୍ବର ୨୦୧୫ର ଅଟେ। ପୀଡିତା ସେତେବେଳେ ୧୫ ବର୍ଷ ବୟସରେ ଦଶମ ଶ୍ରେଣୀରେ ପଢୁଥିଲେ। ପୀଡିତା କୋର୍ଟଙ୍କୁ କହିଥିଲେ ଯେ ଯେତେବେଳେ ସେ ତାଙ୍କ ଟ୍ୟୁସନକୁ ଯାଉଥିଲେ, ଜଣେ ବ୍ୟକ୍ତି ତାଙ୍କୁ ସାଇକେଲରେ ଅନୁସରଣ କରି ବାରମ୍ବାର ଆଜା-ଆଜା ଚିତ୍କାର କରିଥିଲେ। ଝିଅଟି କହିଥିଲେ ଯେ ତାଙ୍କର ଏହି କାର୍ଯ୍ୟ ଆଉ କିଛି ଦିନ ପର୍ଯ୍ୟନ୍ତ ଜାରି ରହିଥିଲା।

ପ୍ରଥମ ଦିନରେ ସେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କଠାରୁ ସାହାଯ୍ୟ ନେବାକୁ ଚେଷ୍ଟା କରିଥିଲେ। ଭୟରେ ସମ୍ପୃକ୍ତ ଯୁବକ ପଳାଇ ଯାଇଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ୨୫ ବର୍ଷ ବୟସ୍କ ଯୁବକ ନିକଟସ୍ଥ ଏକ ବିଲ୍ଡିଂରେ ରାତି ପ୍ରହରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ପରେ ଝିଇଙ୍କର ମା ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ।

Share