ଐଶ୍ୱର୍ଯ୍ୟାଙ୍କ ଗୁରୁଭକ୍ତି

ନୂଆଦିଲ୍ଲୀ: ପାନ୍‌ ଇଣ୍ଡିଆ ଫିଲ୍ମ ‘ପୋନିୟିନ ସେଲଭାନ:୧’ର ପ୍ରମୋଶନରେ ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବ୍ୟସ୍ତ। ଦିଲ୍ଳୀରେ ଫିଲ୍ମର ପ୍ରମୋଶନ ବେଳେ ଐଶ୍ୱର୍ଯ୍ୟା ପ୍ରଖ୍ୟାତ ଫିଲ୍ମ ନିର୍ମାତା ମଣି ରତ୍ନମଙ୍କ ପାଦଛୁଇଁ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ମଣିରତ୍ନମଙ୍କୁ ନିଜ ଗୁରୁ ଭାବେ ସମ୍ବୋଧନ କରିଥିବାବେଳେ ତାଙ୍କ ସହ ବାରମ୍ବାର ଫିଲ୍ମରେ କାମ କରିବାର ସୁଯୋଗ ମିଳିବା ନେଇ ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ଭାବୁଥିବା କହିଛନ୍ତି।
ଏହି ମଲ୍ଟି ଷ୍ଟାରର୍‌ ଫିଲ୍ମରେ ଐଶ୍ୱର୍ଯ୍ୟା ଡବଲ ରୋଲ୍‌ କରିଛନ୍ତି। ପାଝୁଭୁରର ରାଜକୁମାରୀ ତଥା ରାଣୀ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମନ୍ଦାକିନି ଦେବୀଙ୍କ ଚରିତ୍ରରେ ମଧ୍ୟ ସେ ନଜରକୁ ଆସିବେ। ଏଥିରେ ତାମିଲ ସୁପରଷ୍ଟାର ବିକ୍ରମ, ତିଶା କ୍ରିଷ୍ଣନ, କାର୍ତ୍ତିକ ଶିବକୁମାର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ୧୯୫୦ରେ ‘ପୋନିୟିନ ସେଲଭାନ’ ନାମରେ ଏକ ତାମିଲ ପ୍ରବନ୍ଧ ପ୍ରକାଶ ପାଇଥିଲା, ଯାହାର ଏକାଧିକ ସଂସ୍କରଣ ରହିଛି। ଏହି ପ୍ରବନ୍ଧର କାହାଣୀକୁ ନେଇ ଫିଲ୍ମଟି ଆଧାରିତ। ଆସନ୍ତା ୩୦ ତାରିଖରେ ଏହା ମୁକ୍ତିଲାଭ କରିବ। ହିନ୍ଦୀ, ମାଲୟାଲମ, ତେଲୁଗୁ, ତାମିଲ ଏବଂ କନ୍ନଡ ଭାଷାରେ ଏହା ରିଲିଜ୍‌ ହେବ।

Share