ହଲିଉଡ୍‌ର ଏହି ଅଭିନେତାଙ୍କ ୩ ଫିଲ୍ମ ପ୍ରତ୍ୟାଖାନ କରିଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ହଲିଉଡ୍‌ ଆକ୍ଟର ଓ୍ବିଲ୍‌ ସ୍ମିଥ୍‌ ଏକାଠି କାମ କରିବାକୁ ଚାହଁଥିଲେ। ମାତ୍ର ଏହା କେବେ ସମ୍ଭବ ନୁହେଁ ବୋଲି ଏଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ପରିବାର ସଦସ୍ୟଙ୍କ ଯୋଗୁ ସେ ଓ୍ବିଲ୍‌ଙ୍କ ତିନୋଟି ଫିଲ୍ମ ପ୍ରତ୍ୟାଖାନ କରିଦେଇଥିଲେ।


ଆପଣ ଏକଥା ଜାଣନ୍ତି କି ଏଶ୍ୱର୍ଯ୍ୟା ଏବଂ ଓ୍ବିଲ୍‌ ଦୁହେଁ ଦୁହିଁଙ୍କ ସହ ମିଶି କାମ କରିବା ପାଇଁ ସବୁବେଳେ ଚାହିଁଥାନ୍ତି। କିନ୍ତୁ ତାହା କେବେ ସମ୍ଭବ ହୋଇନାହିଁ। ଓ୍ବିଲ୍‌ ଐଶ୍ୱର୍ଯ୍ୟାଙ୍କୁ ଫିଲ୍ମ ‘ହିଚ୍‌’, ‘ସେଭେନ୍‌ ପାଉଣ୍ଡସ’ ଏବଂ ‘ଟୁ ନାଇଟ୍‌ ହି କମ୍‌ସ’ର ଅଫର ଦେଇଥିଲେ। ମାତ୍ର ଏଥିରୁ କୌଣସି ଗୋଟିଏ ହେଲେ ଫିଲ୍ମ କରିବା ପାଇଁ ଐଶ୍ୱର୍ଯ୍ୟା ରାଜି ହୋଇ ନ ଥିଲେ। କାରଣ ତାଙ୍କ ପାଖରେ ସମୟ ନ ଥିଲା।

ଐଶ୍‌ କହିଛନ୍ତି, ପ୍ରଥମେ ମୋ’ ପରିବାର, ପରେ ଆଉ କିଛି। ତେଣୁ ଓ୍ବିଲ୍‌ଙ୍କ ସହ କାମ କରିବାକୁ ଇଚ୍ଛା ଥିଲେ ମଧ୍ୟ ମଁ ତାଙ୍କ ଅଫର ଗ୍ରହଣ କରିପାରି ନ ଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଓ୍ବିଲ୍‌ ତାଙ୍କୁ ‘ସେଭେନ୍‌ ପାଉଣ୍ଡ୍‌’ର ଅଫର ଦେଇଥିଲେ ସେ କାମ କରିବାକୁ ରାଜି ହୋଇଥିଲେ। ଏପରିକି ତା’ର ସ୍କ୍ରିପ୍ଟ ମଧ୍ୟ ପଢ଼ିଥିଲେ। ମାତ୍ର ତାଙ୍କ ଜେଜେ ଶାଶୁଙ୍କ ଦେହ ଅସୁସ୍ଥ ଥିବାରୁ ସେ ଏହି ଫିଲ୍ମରେ କାମ କରିବାକୁ ଶେଷରେ ମନା କରିଦେଇଥିଲେ।

Share