କ’ଣ ପୁଣି ଏକାଠି ହେଲେ ଐଶ୍ୱର୍ଯ୍ୟା-ସଲମାନ୍‌? ଆଶିତାଙ୍କ ଭିଡିଓ ଦେଖି…

ବମ୍ବେ: ବଲିଉଡ୍‌ର କିଛି ସେଲିବ୍ରିଟିଙ୍କ ଭଳି ଅବିକଳ ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ସେମାନଙ୍କ ମଧ୍ୟରୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏଭଳି ଜଣେ ଯାହାଙ୍କ ଭଳି ଦେଖାଯାଉଥିବା ଜଣେ କିମ୍ବା ଦୁଇଜଣ ନୁହେଁ ଅନେକ ଯୁବତୀ ଅଛନ୍ତି। ଏହି ତାଲିକାରେ ନୂଆ ଭାବେ ଯୋଡ଼ି ହୋଇଛନ୍ତି ଆଶିତା ରାଠୋର। ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଭିଡିଓ ଦେଖିଲେ ସେ ଐଶ୍ୱର୍ଯ୍ୟା ନୁହନ୍ତି ବୋଲି ହଠାତ୍‌ କେହି କହିପାରିବେ ନାହିଁ। କାରଣ ସେ ପୁରା ଅଭିନେତ୍ରୀଙ୍କ ଭଳି ଦେଖାଯାଉଛନ୍ତି। କେବଳ ଏତିକି ନୁହେଁ ସେ ସଲମାନ ଖାନ୍‌ଙ୍କ ଭଳି ଦେଖାଯାଉଥିବା ବିକ୍ରମ ସିଂହ ରାଜପୁତଙ୍କ ସହ ଭିଡିଓ କରୁଥିବା ଦେଖାଯାଇଛି।

ନିଜର ଏକ ଭିଡିଓରେ ବିକ୍ରମଙ୍କ ସହ ଆଶିତା ‘ମେନେ ପ୍ୟାର କିୟା’ର ଗୀତ ‘ଆଜା ସାମ ହୋନେ ଆଇ’ର ରିଲ୍‌ କରିଛନ୍ତି। ଏଥିରେ ପ୍ରଶଂସକମାନେ କମେଣ୍ଟ କରି ଐଶ୍ୱର୍ଯ୍ୟା ଏବଂ ସଲମାନଙ୍କୁ ପୁଣି ଥରେ ଦେଖିବାର ଆଶା ପୂରଣ ହୋଇଛି ବୋଲି କହୁଛନ୍ତି।

ତେବେ ଆଶିତାଙ୍କ ପୂର୍ବରୁ ପାକିସ୍ତାନୀ ବ୍ଳଗର ଆମନା ଇମରାନ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେହିଭଳି ମରାଠି ଫିଲ୍ମ ଅଭିନେତ୍ରୀ ମାନସୀ ନାଏକ ୨୦୨୦ରେ ଏକ ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ସେ ବଧୂ ବେଶରେ ନଜର ଆସିଥିଲେ। ଫଟୋଟି ସେତେବେଳେ ବେଶ ଭାଇରାଲ ହେବା ସହ ସେ ଐଶ୍‌ଙ୍କ ଭଳି ସେ ଅବିକଳ ଦେଖାଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା।

 

Share