ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରୋଲ୍‌ ହେଲେ ନୀଳନୟନା

ସୁରସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଫେବୃୟାରୀ ୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାଜନୀତି ଏବଂ ଫିଲ୍ମ ଜଗତ ସହ ଜଡିତ ସମସ୍ତ ସେଲିବ୍ରିଟି ଲତା ଦିଦିଙ୍କୁ ବିଦାୟ ଦେବାକୁ ଶିବାଜୀ ପାର୍କରେ ପହଞ୍ଚିଥିଲେ। ଏଥି ସହିତ, ପ୍ରଶଂସକ ଏବଂ ସେଲିବ୍ରିଟମାନେ ସୋସିଆଲ ମିଡିଆରେ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଲିଉଡର ସୁପରଷ୍ଟାର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ସୋସିଆଲ ମିଡିଆରେ ଲତା ମଙ୍ଗେସକରଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କିନ୍ତୁ ସେ ଲତା ଦିଦିଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ତାଙ୍କୁ ମନେ ପକାଇଥିଲେ। ଏନେଇ ଐଶ୍‌ଙ୍କୁ ସୋସିଆଲ ମିଡିଆରେ ଟ୍ରେଲ୍‌ କରାଯାଉଛି।
ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଲତା ମଙ୍ଗେସକରଙ୍କ ଫଟୋ ଶେୟାର କରିଛନ୍ତି। ସେ କ୍ୟାପସନରେ – ଶବ୍ଦହୀନ, ଅମର ଆତ୍ମାର ସଦ୍‌ଗତି କାମନା କରୁଛି। ଭଗବାନ ତୁମକୁ ପୂର୍ଣ୍ଣ କୃତଜ୍ଞତା ସହିତ ଆଶୀର୍ବାଦ କରନ୍ତୁ … ତୁମର ଆଶୀର୍ବାଦ ସବୁଦିନ ପାଇଁ ରହିବ। ଅନେକ ୟୁଜର୍ସ ଲତା ଜୀଙ୍କ ପାଇଁ ଐଶ୍ୱର୍ଯ୍ୟାଙ୍କ ବିଳମ୍ବିତ ପୋଷ୍ଟକୁ ପସନ୍ଦ କରନ୍ତି ନାହିଁ। ଜଣେ ୟୁଜର୍ସ ଲେଖିଛନ୍ତି – ଏବେ ମନେ ପଡିଲା ବୋଧେ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଶୀଘ୍ର ମନେ ପଡିଗଲା।

Share