ପ୍ରଥମ ଥର: ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ ଐଶ୍ୱର୍ଯ୍ୟା

ଗୁରୁ, ବମ୍ବେ, ରୋଜା, ଥାଲାପତି ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିସାରିଥିବା ନିର୍ଦ୍ଦେଶକ ମଣି ରତ୍ନମ ଏବେ ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ‘ପୋନ୍ନିୟିନ ସେଲଭନ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟିମ୍‌ ୫୦ ଦିନର ମାରାଥନ୍‌ ସିଡ୍ୟୁଲ ଶୁଟିଂ ଶେଷ କରିଛନ୍ତି। ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ସିଡ୍ୟୁଲର ଶୁଟିଂ ଶେଷ ହେବା ପରେ ମଣି କହିଛନ୍ତି, ସେ ତାଙ୍କର ଏହି ଫିଲ୍ମକୁ ୨ଟି ଭାଗରେ ରିଲିଜ୍‌ କରିବେ। ଫିଲ୍ମର କାହାଣୀ ଦେଶର ମହାନ ଲେଖକ ତଥା କବି ଆର୍‌ କୃଷ୍ଣମୂର୍ତ୍ତି କଲ୍‌କିଙ୍କ ଐତିହାସିକ ଉପନ୍ୟାସ ଉପରେ ଆଧାରିତ। ତେବେ ଖୁବ୍‌ କମ୍‌ ଲୋକେ ଜାଣିଥିଲେ ଯେ, ଐଶ୍ୱର୍ଯ୍ୟା ରାୟ ଏହି ଫିଲ୍ମରେ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି। ଖାଲି ସେତିକି ନୁହେଁ ଏଥିରେ ତାଙ୍କର ଡବଲ ରୋଲ୍‌ ରହିଛି। ତେବେ ବଚ୍ଚନ ପରିବାରର ବୋହୂ କୌଣସି ଫିଲ୍ମରେ ଡବଲ ଚରିତ୍ରରେ ଅଭିନୟ କରିବା ଏହା ହେଉଛି ପ୍ରଥମ ।
୫ଶହ କୋଟି ବଜେଟରେ ନିର୍ମାଣାଧୀନ ଏହି ଫିଲ୍ମରେ ସାଉଥ୍‌ ଇଣ୍ଡଷ୍ଟ୍ରିର କେତେକ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ। ମଲ୍ଟି ଷ୍ଟାରର ଏହି ଫିଲ୍ମରେ ବିକ୍ରମ, କିର୍ତ୍ତୀ, ଜୟମ ରବି, ଜୟରାମ, ତ୍ରିଶା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

Share