ଐଶର୍ଯ୍ୟା ହେଲେ ଗ୍ଲୋରୀ କୁଇନ୍‌

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଶିବାୟ ଡ୍ୟାନ୍ସ ମ୍ୟୁଜିକ୍‌ ଏକାଡେମୀର ୫ମ ବାର୍ଷିକ ଉତ୍ସବରେ ୨ୟ ମହାକାଳେଶ୍ୱର ମହୋତ୍ସବ ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପାଳିକାର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ତଥା ସାଙ୍କୁଲେଇ ସମିତି ସଭ୍ୟା ଅପର୍ଣ୍ଣା ରଥ, ଆସେଟ୍‌ କମ୍ପ୍ୟୁଟର ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଭାତ କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଜୟନ୍ତୀ ପତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରକାଶ ପରିଡା, ଅନୁଷ୍ଠାନ ସଭାପତି ପ୍ରବୋଧ କୁମାର ମହାରଣା, ଉପସଭାପତି ଶ୍ରୀକାନ୍ତ କୁମାର ସ୍ବାଇଁ, ସମ୍ପାଦକ ପ୍ରଦ୍ୟୁଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, କୌତୁକ ପୋଷାକ, ଦଳଗତ ନୃତ୍ୟର ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗର ପ୍ରତିଯୋଗିତାର ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ବର୍ଗତଃ ସନ୍ତୋଷ କୁମାର ପାତ୍ର ସ୍ମୃତି ସମ୍ମାନ ଢେଙ୍କାନାଳ ଗ୍ଲୋରୀ କୁଇନ ୨୦୨୨ ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟା ବାରିକଙ୍କୁ ପ୍ରଦାନ କରାଯାଇଥିଲା। ବର୍ଷା ପ୍ରିୟଦର୍ଶିନୀ ସାହୁ ଉପବିଜେତା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକ ସହଯୋଗ କରିଥିଲେ। ଶିବାୟ ଡ୍ୟାନ୍ସ ମ୍ୟୁଜିକ୍‌ ଏକାଡେମୀର ଅଧ୍ୟକ୍ଷ ଶିବ ରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଜ୍ଞାନ ମହାନ୍ତି ପରିଚାଳନା କରିଥିଲେ।