ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପରାମର୍ଶ ଯୋଗୁ ବଦଳିଯାଇଛି ଏୟାରଟେଲର ଭାଗ୍ୟ, ମାଲିକ କହିଲେ କିଭଳି…

ନୂଆଦିଲ୍ଲୀ,୩୦।୫: ଏସିଆର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଜିଓ ଲଞ୍ଚ ହେବା ପରେ ଟେଲିକମ୍‌ ଦୁନିଆରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଅନେକ ଟେଲିକମ୍‌ କମ୍ପାନୀ ମାର୍କେଟରୁ ବାଦ୍‌ ପଡ଼ିଥିଲେ। ଭାରତୀ ମିତ୍ତଲଙ୍କ ‘ଏୟାରଟେଲ୍‌’ ମଧ୍ୟ ବିପଦରେ ପଡ଼ିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସୁନୀଲ ଭାରତୀ ମିତ୍ତଲଙ୍କ ଏକ ବୈଠକ ଗେମ୍‌ଚେଞ୍ଜର ସାବ୍ୟସ୍ତ ହୋଇଥିଲା। ଏହା କହିଛନ୍ତି ନିଜେ ସୁନୀଲ। ଯେତେବେଳେ ଜିଓ ଯୋଗୁ ତାଙ୍କ କମ୍ପାନୀ ଅଡ଼ୁଆରେ ଫସିଥିଲା ସେତେବେଳେ ମୋଦିଙ୍କ ଗୋଟିଏ ପରାମର୍ଶ ଅନେକ କିଛି ବଦଳାଇଦେଇଥିଲା।

ଇକୋନୋମିକ୍‌ ଟାଇମ୍ସକୁ ଦେଖିଥିବା ସାକ୍ଷାତକାରରେ ସୁନୀଲ କହିଛନ୍ତି, ରିଲାଏନ୍ସ ଜିଓ ମାଗଣା କଲ୍‌ ଏବଂ ଡାଟା ସୁବିଧା ଦେଉଥିଲା। ଏଥିସହ ଟେଲିକମ୍‌ ରେଗୁଲେଟରଙ୍କ ଅନେକ ନିଷ୍ପତ୍ତି ଦ୍ୱାରା ଏୟାରଟେଲ୍‌ ଭଳି ପୁରୁଣା ଟେଲିକମ୍‌ କମ୍ପାନୀ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିଲା। ୨୦୧୮ ସେପ୍ଟେମ୍ବରରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲି। ସେତେବେଳେ ମୁଁ ଜିଏସ୍‌ଏମ୍‌ଏର ଅଧ୍ୟକ୍ଷ ଥିଲି। କିଛିଦିନ ପୂର୍ବେ ଅନ୍ତଃରାଷ୍ଟ୍ରୀୟ ଚାମ୍ବର ଅଫ୍‌ କମର୍ସର ଅଧ୍ୟକ୍ଷ ପଦ ଛାଡ଼ିଥିଲି, ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀଙ୍କୁ କେବେ କେବେ ଡବ୍ଲ୍ୟୁଟିଓ, ଜି୨୦ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ସୂଚନା ଦେଇଆସୁଥିଲି।

ମୋଦିଙ୍କ ସହ ବୈଠକକୁ ମନେ ପକାଇ ସୁନୀଲ କହିଛନ୍ତି, ମୁଁ ବଜାର ସହ ଲଢ଼ିପାରିବି, ହେଲେ ସରକାରଙ୍କ ସହ ଲଢ଼ିପାରିବି ନାହିଁ ବୋଲି କହିଥିଲି। ଜବାବରେ ମୋଦି କହିଥିଲେ ଯେ ଏହି ସରକାର କୌଣସି ଗୋଟିଏ ପକ୍ଷରେ କେବେହେଲେ ନଇଁବେ ନାହିଁ। ଦେଶ ପାଇଁ ଯାହା ଠିକ୍‌ ହେବ, ତାହା କରାଯିବ। ଆପଣ ବଜାରରେ ଲଢ଼େଇ କରୁଛନ୍ତି। ଏହା ଉପରେ କୌଣସି ପରାମର୍ଶ ଦେଇପାରିବି ନାହିଁ। ହେଲେ ସରକାରଙ୍କ ପକ୍ଷରୁ ନିଶ୍ଚିତ ରୁହନ୍ତୁ ଯେ ସରକାର କାହାର ପକ୍ଷ ନେବେ ନାହିଁ। ମୋ ପାଇଁ ଏତିକି ଯଥେଷ୍ଟ ଥିଲା। ମୁଁ ତାଙ୍କୁ ଉଠିପଡ଼ି ଧନ୍ୟବାଦ ଜଣାଇଥିଲି। ଏହା କମ୍ପାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାଫଳରେ କମ୍ପାନୀ ମେ ୨୭ରେ ୧୦୦ ଆରବ ଡଲାରର ମାର୍କେଟ କ୍ୟାପିଟାଲ ହାସଲ କରିଥିବା ସୁନୀଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?