ଥରେ ରିଚାର୍ଜ କଲେ ଆଉ ଗୋଟିଏ ପୂରା ଫ୍ରି! ୫୬ ଦିନ ଯାଏ ଆଉ କରିବାକୁ ପଡିବନି ରିଚାର୍ଜ

ଏୟାରଟେଲ (Airtel) ବ୍ୟବହାରକାରୀମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। କମ୍ପାନୀ କଥିତ ଭାବରେ ଏହାର କିଛି ପ୍ରିପେଡ ପ୍ଲାନରେ ’1+1 ରିଚାର୍ଜ ଫ୍ରି’ ଅଫର୍‌ ଦେଉଛି। ଅର୍ଥାତ ଯଦି ଆପଣ ୩୪୯ କିମ୍ୱା ୩୯୯ ଟଙ୍କାର ରିଚାର୍ଜ କରୁଛନ୍ତି, ତେବେ ଆପଣଙ୍କୁ ସେହି ସମାନ ମୂଲ୍ୟର ଆଉ ଏକ ରିଚାର୍ଜ ମାଗଣାରେ ମିଳିପାରିବ। ଏହିପରି ଭାବରେ ବ୍ୟବହାରକାରୀମାନେ ଥରେ ରିଚାର୍ଜ କରିବା ଦ୍ୱାରା ମୋଟ ୫୬ ଦିନର ଭାଲିଡିଟି (Validity) ର ଲାଭ ପାଇପାରିବେ। ତଥାପି, ଏହି ଅଫର୍‌ ସମ୍ୱନ୍ଧରେ ଏୟାରଟେଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ଘୋଷଣା କରାଯାଇନାହିଁ।

ସୋସିଆଲ ମିଡିଆରେ ଜଣେ ବ୍ୟବହାରକାରୀ ଏୟାରଟେଲ ଥାଙ୍କ୍ସ (Airtel Thanks) ଆପ୍ର ଏକ ସ୍କ୍ରିନସଟ ସେୟାର କରିଛନ୍ତି। ଏଥିରେ ଦାବି କରାଯାଇଛି ଯେ କମ୍ପାନୀ ୩୪୯ ଏବଂ ୩୯୯ ଟଙ୍କିଆ ପ୍ରିପେଡ ପ୍ଲାନ ସହିତ ଗୋଟିଏ ରିଚାର୍ଜ ମାଗଣା ଦେଉଛି। ଏହି ଉଭୟ ପ୍ଲାନ ୨୮ ଦିନର ଭାଲିଡିଟି ସହିତ ଆସିଥାଏ। ପୋଷ୍ଟ ଅନୁଯାୟୀ, ଯଦି କୌଣସି ବ୍ୟବହାରକାରୀ ଏହି ପ୍ଲାନଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ସହିତ ରିଚାର୍ଜ କରନ୍ତି, ତେବେ ତାଙ୍କୁ ସେହି ମୂଲ୍ୟର ଦ୍ୱିତୀୟ ପ୍ଲାନ ମଧ୍ୟ ଫ୍ରି ମିଳିବ। ଏଭଳି ପରିସ୍ଥିତିରେ ପ୍ରଥମ ୨୮ ଦିନର ଭାଲିଡିଟି ଶେଷ ହେବା ପରେ ପରବର୍ତ୍ତୀ ୨୮ ଦିନ ପାଇଁ ମଧ୍ୟ ରିଚାର୍ଜର ସୁବିଧା ମିଳିପାରିବ। ତଥାପି, ଏହି ଅଫର୍‌ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କିମ୍ୱା କେବଳ କିଛି ର୍ନିଦ୍ଦିଷ୍ଟ ଗ୍ରାହକଙ୍କୁ ମିଳୁଛି, ତାହାର ଆଧିକାରୀକ ପୁଷ୍ଟି ହୋଇନାହିଁ।

ଏୟାରଟେଲର ୩୪୯ ଟଙ୍କିଆ ପ୍ରିପେଡ ପ୍ଲାନରେ ବ୍ୟବହାରକାରୀମାନଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ। ଏଥିରେ ସମଗ୍ର ଦେଶରେ ଯେକୌଣସି ନେଟୱାର୍କରେ ଅନଲିମିଟେଡ କଲିଂ ଏବଂ ଫ୍ରି ସିଗନାଲ ରୋମିଂର ସୁବିଧା ଦିଆଯାଇଥାଏ। ଡାଟା କଥା କହିବାକୁ ଗଲେ, ଏହି ପ୍ଲାନରେ ପ୍ରତିଦିନ ୨ ଜିବି (GB) ହାଇ-ସ୍ପିଡ ଡାଟା ମିଳିଥାଏ। ଏହାବ୍ୟତୀତ ପ୍ରତିଦିନ ୧୦୦ଟି ଫ୍ରି SMS ମଧ୍ୟ ଦିଆଯାଇଥାଏ। 5G ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟବହାରକାରୀମାନେ ଅନଲିମିଟେଡ 5G ଡାଟାର ଲାଭ ପାଇଥାଆନ୍ତି। କମ୍ପାନୀ ଏହି ପ୍ଲାନ ସହିତ ୧୨ ମିନିଟ ପାଇଁ ଆଡୋବ ଏକ୍ସପ୍ରେସ ପ୍ରିମିୟମ (Adobe Express Premium) ର ସବସକ୍ରିପସନ ମଧ୍ୟ ଦେଉଛି।

୩୯୯ ଟଙ୍କିଆ ପ୍ଲାନରେ ମଧ୍ୟ ୨୮ ଦିନର ଭାଲିଡିଟି ମିଳିଥାଏ। ଏଥିରେ ଅନଲିମିଟେଡ କଲିଂ, ଫ୍ରି ସିଗନାଲ ରୋମିଂ ଏବଂ ପ୍ରତିଦିନ ୧୦୦ SMS ର ସୁବିଧା ଦିଆଯାଇଥାଏ। ତଥାପି, ଡାଟା ମାମଲାରେ ଏହି ପ୍ଲାନ ୩୪୯ ଟଙ୍କିଆ ପ୍ଲାନଠାରୁ ଅଲଗା ଅଟେ। ଏଥିରେ ଅନଲିମିଟେଡ 4G ଏବଂ 5G ଡାଟା ମିଳିଥାଏ, କିନ୍ତୁ ୨୮ ଦିନ ପାଇଁ ୩୦୦ ଜିବି (GB) ର FUP ଲିମିଟ ଧାର୍ଯ୍ୟ କରାଯାଇଛି। ଏଥିରେ ପ୍ରତିଦିନ ଡାଟା ବ୍ୟବହାର କରିବାର କୌଣସି ଅଲଗା ସୀମା ନାହିଁ। ଏହି ପ୍ଲାନ ସହିତ ମଧ୍ୟ ବ୍ୟବହାରକାରୀମାନଙ୍କୁ ୧୨ ମାସର ଆଡୋବ ଏକ୍ସପ୍ରେସ ପ୍ରିମିୟମ ସବସକ୍ରିପସନ ମିଳିଥାଏ।

ବର୍ତ୍ତମାନ ’1+1 ରିଚାର୍ଜ ଫ୍ରି’ ଅଫରର ତଥ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏୟାରଟେଲ ଥାଙ୍କ୍ସ ଆପ୍ର ସ୍କ୍ରିନସଟ ଜରିଆରେ ସାମ୍ନାକୁ ଆସିଛି। କମ୍ପାନୀ ଏହି ଅଫର୍‌ ସମ୍ୱନ୍ଧରେ କୌଣସି ଆଧିକାରୀକ ଘୋଷଣା କରିନାହିଁ। ଏଣୁ ରିଚାର୍ଜ କରାଇବା ପୂର୍ୱରୁ ଆପଣଙ୍କ ଏୟାରଟେଲ ଥାଙ୍କ୍ସ ଆପ୍ରେ ଅଫରର ଉପଲବ୍ଧତା ଏବଂ ଏହାର ସର୍ତ୍ତାବଳୀ ନିଶ୍ଚୟ ଯାଞ୍ଚ କରିନିଅନ୍ତୁ।

Share