Categories: ବାଣିଜ୍ୟ

୫୦୦ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌

ନୂଆଦିଲ୍ଲୀ,୨୭।୩: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ଏୟାରଟେଲ ୫ଜି ପ୍ଲସର ଏକ ମେଗା ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗୋଟିଏ ଦିନରେ ଦେଶର ୨୩୫ଟି ସହରରେ ଉକ୍ତ ସେବାର ଶୁଭାରମ୍ଭ ହୋଇଯାଇଛି। ଏପରିକି ଦେଶର ମୋଟ ୫୦୦ ସହରରେ ଏୟାରଟେଲ ଅଲ୍‌ଟ୍ରା-ଫାଷ୍ଟ୍‌ ୫ଜି ସେବା ଉପଲବ୍ଧ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ କମ୍ପାନୀର ଓଡ଼ିଶା କ୍ଷେତ୍ରରେ ବର୍ତ୍ତମାନ ୨୯ଟି ସହରରେ ଏୟାରଟେଲ ୫ଜି ପ୍ଲସ ସେବା ଉପଲବ୍ଧ। ଏହି ସହରଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡ଼ା, ଯାଜପୁର ରୋଡ଼, ବଲାଙ୍ଗୀର, ତାଳଚେର ସମେତ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡ଼ା, ପାରାଦୀପ ଓ ବରଗଡ଼ ଟାଉନ, ଭଦ୍ରକ, ବାରିପଦା, ଖୋର୍ଦ୍ଧା, ମାଲକାନଗିରି, ଭଞ୍ଜନଗର, ଯାଜପୁର ଟାଉନ, ନୂଆପଡ଼ା, ଜଗତସିଂହପୁର, ଜୟପୁର, ନବରଙ୍ଗପୁର, ପଟ୍ଟାମୁଣ୍ଡାଇ, ସୋନପୁର ଭଳି ସହର ଅନ୍ତର୍ଭୁକ୍ତ ରହିଛି। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ସିଟିଓ ରଣଦୀପ ସେଖୋଁ କହିଛନ୍ତି, ଦେଶରେ ୫ଜି ଗ୍ରହଣୀୟତାର ଦ୍ରୁତ ଗତିକୁ ଦେଖି ଆମେ ବେଶ୍‌ ଉତ୍ସାହିତ। ଏପରିକି ଆଜିର ଏହି ମେଗା ଉନ୍ମୋଚନ ଫଳରେ ଦେଶର ପ୍ରତ୍ୟେକ ଏୟାରଟେଲ୍‌ ଗ୍ରାହକଙ୍କୁ ଅଲ୍‌ଟ୍ରା-ଫାଷ୍ଟ୍‌ ଏୟାରଟେଲ ୫ଜି ପ୍ଲସ୍‌ ସଂଯୋଗ କରାଇପାରିଛୁ। ବର୍ତ୍ତମାନ ସୁଦ୍ଧା ଦେଶର ୫୦୦ ସହରକୁ ଉକ୍ତ ସେବାରେ ସାମିଲ କରାଇବା ସହ ପ୍ରତିଦିନ ୩୦ରୁ ୪୦ଟି ସହରକୁ ଯୋଡିବାର କାର୍ଯ୍ୟ କରୁଛୁ।

Share