ଦୁବାଇ,୨ା୧: ପୂର୍ବ ୟେମେନ୍ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ସମର୍ଥତ୍ତ ବିଚ୍ଛିନ୍ନତାବାଦୀମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ହ୍ରାଦ୍ରାମାଉଟ୍ ପ୍ରଦେଶ ଅଲ୍-ଖାସାସ୍ ଅଞ୍ଚଳରେ ଥିବା ଏକ ଆତଙ୍କବାଦୀ କ୍ୟାମ୍ପ୍ ଉପରେ ବୋମାବାଡ଼ ହୋଇଥିବା ସଦର୍ନ ଟ୍ରାନ୍ଜିଶନାଲ କାଉନ୍ସିଲ୍ ମୁଖ୍ୟ ମହମ୍ମଦ ଅବଦୁଲ ମଲିକ କହିଛନ୍ତି।
କିଛିଦିନ ହେଲା ସାଉଦି ଆରବ ଏବଂ ୟୁଏଇ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଏହି ଏୟାରଷ୍ଟ୍ରାଇକ୍ ହୋଇଛି। ସୂଚନାଯୋଗ୍ୟ, ଦକ୍ଷିଣ ୟେମେନ୍ର ବନ୍ଦର ସହର ମୁକଲ୍ଲାରେ ସାଉଦି ବୋମାମାଡ଼ କରିଥିଲା। ୟୁଏଇର ଫୁଜାଇରାହରୁ ଅସ୍ତ୍ର ଭର୍ତ୍ତି ୨ଟି ଜାହାଜ ପହଞ୍ଚିବା ପରେ ଏହି ଆକ୍ରମଣ ହୋଇଥିଲା।


