Categories: ଜାତୀୟ

ଦେଶର ୨୬ ସଡ଼କରେ ବିମାନ ଅବତରଣ ସୁବିଧା, ଅଟୋମବୋଇଲ କ୍ଷେତ୍ରରେ ୪.୫ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୬।୨ : ଦେଶର ବିକାଶ ପାଇଁ ଜଳ ଶକ୍ତି, ପରିବହନ, ଭିତ୍ତିଭୂମି ଏବଂ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରୋଜଗାର ବୃଦ୍ଧି କରିବ ଏବଂ ଅମୃତକାଳରେ ଦେଶର ଅର୍ଥନୀତି ଅଧିକ ଶକ୍ତିଶାଳୀ ହେବ। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି।
ଗଡକରୀ କହିଛନ୍ତି, ଦେଶରେ ବିମାନ ଅବତରଣ କରିବା ଭଳି ୨୬ଟି ସଡ଼କ ନିର୍ମାଣ କରାଯାଉଛି। ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି। ଭିତ୍ତିଭୂମି ଉପରେ କାର୍ଯ୍ୟ ସରିବା ପରେ ନିବେଶ ଆସିବ। ଉଦ୍ୟୋଗ ପ୍ରତିଷ୍ଠା ହେବ ଏବଂ ଲୋକମାନେ ରୋଜଗାର ପାଇବେ। ଏହା ଦାରିଦ୍ର୍ୟ ଦୂର କରିବ। ସେ କହିଛନ୍ତି ଯେ ଚଳିତ ବର୍ଷର ବଜେଟରେ ଭିତ୍ତିଭୂମି ପାଇଁ ସର୍ବାଧିକ ପରିମାଣ ଦିଆଯାଇଛି। ଭିତ୍ତିଭୂମି ପାଇଁ ଖର୍ଚ୍ଚ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଉଛି।

ସେହିପରି ଅଟୋମୋବାଇଲ ଶିଳ୍ପରେ ସାଢ଼େ ଚାରି କୋଟି ଲୋକଙ୍କୁ ଚାକିରି ଦେଇଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି କ୍ଷେତ୍ର ୪.୫ି ଲକ୍ଷ ଲୋକଙ୍କୁ ଚାକିରୀ ଯୋଗାଇବ। ସେ କହିଛନ୍ତି, ଏହି ବଜେଟରେ ଆମ ମନ୍ତ୍ରଣାଳୟକୁ ଦୁଇ ଲକ୍ଷ ୭୦ ହଜାର କୋଟି ଟଙ୍କା ମିଳିଛି। ତାହା ସହିତ ମୁଁ ଛଅ ଲକ୍ଷ କୋଟିରୁ ଅଧିକ ଟଙ୍କା କାମ କରିବି। ଆଜି ଆମର ୭୦ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଗଡ଼କରୀ କହିଛନ୍ତି।

Share