Categories: ଜାତୀୟ

ବିମାନବନ୍ଦରରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ବୋମା ଆତଙ୍କ। ଏହି ବୋମା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଳମ୍ବିତ ରାତିରେ ମସ୍କୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ ବୋମା ମାଡ଼ ହେବାର ଖବର ଆସିଥିଲା। ଏହା ପରେ ବିମାନ ଅବତରଣ ନେଇ ସତର୍କତା ଅବଲମ୍ବନ କରାଯାଇଥିଲା। ବର୍ତ୍ତମାନ ସମଗ୍ର ବିମାନ ଯାଞ୍ଚ କରାଯାଉଛି ଏବଂ ବିମାନବନ୍ଦରରେ ଏକ ବୋମା ନିର୍ଷ୍କ୍ରିୟକାରୀ ଦଳ ନିୟୋଜିତ କରାଯାଇଛି। ସମସ୍ତ ଯାତ୍ରୀଙ୍କ ଲଗେଜ ଗୋଟିଏ ପରେ ଗୋଟିଏ ଯାଞ୍ଚ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ବିମାନବନ୍ଦରକୁ ହାଇ ଆଲର୍ଟ କରାଯାଇଛି।
ସୂଚନାଯୋଗ୍ୟ, ବିଳମ୍ବିତ ରାତି ୧୧.୧୫ରେ ଏକ କଲରୁ ସୂଚନା ମିଳିଥିଲା। ଏଥିରେ କୁହାଯାଇଥିଲା ଯେ, ମସ୍କୋରୁ ବିମାନବନ୍ଦରର ଟି୩କୁ ଅପରାହ୍ନ ୩ଟା ସମୟରେ ଆସୁଥିବା ବିମାନରେ ଏକ ବୋମା ରହିଛି। ଏହା ପରେ ବମ ନିର୍ଷ୍କ୍ରିୟକାରୀ ସ୍କ୍ବାଡ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ପଠାଯାଇ ବିମାନଟି ରନୱେ ୨୯ରେ ଅବତରଣ କରିଥିଲା। ଅବତରଣ ପରେ ବିମାନ ଯାଞ୍ଚ କରାଯାଉଛି।

Share