Categories: ଜାତୀୟ

ଅନ୍ତର୍ଜାତୀୟ ଯାତ୍ରୀଙ୍କ ବିବରଣୀ ସୀମା ଶୁଳ୍କ ବିଭାଗକୁ ଦେବେ ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୦।୮: ବିମାନ ଉଡ଼ାଣର ୨୪ ଘଣ୍ଟା ପୂର୍ବରୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ସବିଶେଷ ବିବରଣୀ ସୀମା ଶୁଳ୍କ ବିଭାଗକୁ ଦେବା ଲାଗି କେନ୍ଦ୍ର ସରକାର ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଉଲ୍ଲଂଘନକାରୀଙ୍କୁ ଦେଶ ବାହାରକୁ ଯିବାରୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସୋମବାର ‘ଯାତ୍ରୀମାନଙ୍କ ନାମ ରେକର୍ଡ ସୂଚନା ନିୟମାବଳୀ, ୨୦୨୨’ ଜାରି କରିଛି। ଆର୍ଥିକ ଓ ଅନ୍ୟାନ୍ୟ ଅପରାଧୀଙ୍କୁ ଦେଶ ଛାଡ଼ିଯିବାକୁ ନ ଦେବା ଏବଂ ବେଆଇନ ବ୍ୟବସାୟ ଓ ଚୋରା ଚାଲାଣ ରୋକିବା ଲାଗି ସେମାନଙ୍କ ବ୍ୟକ୍ତିଗତ ବିବରଣୀର ଯାଞ୍ଚ କରାଯିବ। ଏଥିପାଇଁ ସିବିଆଇସି ‘ନ୍ୟାଶନାଲ କଷ୍ଟମ୍ସ ଟାର୍ଗେଟିଂ ସେଣ୍ଟର-ପ୍ୟାସେଞ୍ଜର’ ଗଠନ କରିଛି।

Share