Categories: ବାଣିଜ୍ୟ

ବିମାନରେ ଫଟୋଗ୍ରାଫି କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୩।୯:ବିମାନ ଭିତରେ ଫଟୋଗ୍ରାଫି କଲେ ସେହି ବିମାନ କମ୍ପାନୀ ବିରୋଧରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) କଟକଣା ଲଗାଇବ। ଏଭଳି ମାମଲା କ୍ଷେତ୍ରରେ ଉକ୍ତ ବିମାନ କମ୍ପାନୀକୁ ନିର୍ଦ୍ଦିଷ୍ଟ ରୁଟ୍‌ରେ ୨ ସପ୍ତାହ ଲାଗି ଚଳାଚଳ ଉପରେ ବ୍ୟାନ୍‌ ଲଗାଯିବ। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କର ଚଣ୍ଡିଗଡ଼ରୁ ମୁମ୍ବାଇ ବିମାନ ଯାତ୍ରା ସମୟରେ ବିମାନ ଭିତରେ ନିୟମର ଉଲ୍ଲଂଘନ ମାମଲାରେ ଡିଜିସିଏ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି। ସେହିଭଳି ବିମାନରେ ଥିବା କ୍ରିଉ ଏ ଦିଗରେ ଯଦି ଫଟୋଗ୍ରାଫିକୁ ନ ରୋକିବାରେ ସଫଳ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଭଳି କାର୍ଯ୍ୟରେ ଲିପ୍ତଥିବା ଯାତ୍ରୀଙ୍କ ଲାଗି ମଧ୍ୟ କଟକଣା ଜାରି କରାଯାଇଥିବା ଜଣାପଡିଛି। ଯାତ୍ରୀଙ୍କୁ ବ୍ୟାନ୍‌ କରାଯାଇପାରେ ବୋଲି ଡିଜିସିଏ ଶନିବାର କହିଛି।

Share