Categories: ଜାତୀୟ

ବଢ଼ିଲା ବିମାନ ଯାତ୍ରା

ନୂଆଦିଲ୍ଲୀ,୪।୩: ଭାରତରେ ଏବେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୨୫ଶହ ଟଙ୍କାରେ ଉପଲବ୍ଧ ହେଉଥିବା ଏୟାର ଇଣ୍ଡିଆ ଇକୋନୋମିକ ଟିକେଟ ବର୍ତ୍ତମାନ ୪ହଜାରକୁ ବୃଦ୍ଧି ହୋଇଛି। ସେହିପରି ଇଣ୍ଡିଗୋ ବିମାନରେ ଯାତ୍ରା ପାଇଁ ସମାନ ଟିକେଟର ମୂଲ୍ୟ ୬ହଜାର ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି। ତେବେ ଟିକେଟ ମୂଲ୍ୟ ବୃଦ୍ଧି ପାଇଁ ଏୟାରଲାଇନ୍ସ କମ୍ପାନୀ ଦୁଇଟି କାରଣ ଦେଇଛି। ପ୍ରଥମଟି ହେଲା ଏଟିଏଫ୍‌ ୨୬ପ୍ରତିଶତ ବୃଦ୍ଧି ଏବଂ ଦ୍ୱିତୀୟ କାରଣଟି ହେଉଛି ୮୦ ରୁ ୯୦ପ୍ରତିଶତ ସିଟ୍‌ ବିକ୍ରି। ସୂଚନାଯୋଗ୍ୟ, ବର୍ଷ ଆରମ୍ଭରୁ ପ୍ରତି ୧୫ ଦିନରେ ବିମାନ ଚଳାଚଳ ଟର୍ବାଇନ୍‌ ଇନ୍ଧନ (ଏଟିଏଫ୍‌) ବୃଦ୍ଧି ପାଇଛି। ବର୍ତ୍ତମାନ ପଞ୍ଚମ ଥର ପାଇଁ ୩.୩୦ପ୍ରତିଶତ ବୃଦ୍ଧି ହେବା ପରେ, ଚଳିତ ବର୍ଷ ଏଟିଏଫ୍‌ ୨୬ପ୍ରତିଶତ ବୃଦ୍ଧି ପାଇଛି। କରୋନା ସଙ୍କଟ ଶେଷ ହେବା ପରେ ବର୍ତ୍ତମାନ ଯାତ୍ରୀମାନେ ବିମାନ ଯାତ୍ରା ପ୍ରତି ଅଧିକ ଆଗ୍ରହ ହେଉଥିବା ଜଣାପଡ଼ିଛି। ଯେଉଁଥିପାଇଁ ବିମାନର ସିଟ୍‌ ଶୀଘ୍ର ବିକ୍ରି ହେଉଛି। ତେଣୁ ବିମାନଗୁଡ଼ିକର ଭଡା ବୃଦ୍ଧି କରାଯାଇଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଯଦି ମୂଲ୍ୟ ବୃଦ୍ଧି କରାଯିବ ଏବଂ ବିମାନଟି ଖାଲି ରହିବ, ତେବେ ଏଥିରେ କୌଣସି ଲାଭ ହେବ ନାହିଁ। ତେଣୁ ଯାତ୍ରୀଙ୍କ ଆଗ୍ରହକୁ ଦେଖିବା ପରେ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ବୋଲି ଏୟାର ଲାଇନ୍ସ କହିଛି।

Share