Posted inଫୁରସତ

ଗହଳିରୁ ରକ୍ଷାକରିବ ଏୟାର ଟାକ୍ସି

ବେଙ୍ଗାଲୁରୁ: ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଲେ ଦୀର୍ଘ ସମୟ ଅପେକ୍ଷା କରିବା ଅଧିକାଂଶଙ୍କ ପାଇଁ କାଠିକର ପାଠ। ଅନେକେ ଭାବନ୍ତି ଯଦି ଭିଡ଼ରୁ ଉଡ଼ିକରି ଯିବାର ସୁବିଧା ଥାଆନ୍ତା ତେବେ ସେମାନେ ନିଶ୍ଚୟ ଉଡ଼ିଯାଇଥାନ୍ତେ। ହେହଲେ ଏବେ ତାହା କେବଳ ଏକ ଭାବନା ସତ ହେବାକୁ ଯାଉଛି। ଟ୍ରାଫିକ୍‌ ଜାମ୍‌ ସମୟରେ ଏଥର ହେଲିକପ୍ଟର ସାହାଯ୍ୟରେ ରାସ୍ତା ପାର୍‌ କରିହେବ। ଲୋକଙ୍କ ପାଇଁ ଏପରି ସୁବିଧା ଟ୍ରାଫିକ୍‌ ଜାମ୍‌ର ସହର କର୍ନାଟକର ବେଙ୍ଗାଲୁରୁରେ ହେବାକୁ ଯାଉଛି। ବ୍ଲେଡ୍‌ ଇଣ୍ଡିଆ ନାମକ ଏକ କମ୍ପାନୀ ଲୋକଙ୍କୁ ଟ୍ରାଫିକ୍‌ ଜାମ୍‌ରୁ ମୁକୁଳାଇବା ପାଇଁ ଏପରି ଅଫ୍‌ର ଦେଇଛି। ଏହି କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌) ଦ୍ୱାରା ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପର୍ଯ୍ୟନ୍ତ ୨ଟି ହେଲିକପ୍ଟରର ସୁବିଧା ଯୋଗାଇଦେବ। ୧୦ ଅକ୍ଟୋବରରୁ ଏହି ସୁବିଧା ଆରମ୍ଭ କରାଯିବ। ଭିଡ଼ରୁ ବାହାରି ଲୋକେ ୧୨ ମିନିଟ୍‌ରେ ଯାଇ ଏୟାରପୋର୍ଟରେ ପହଞ୍ଚିପାରିବେ। ଏହି ଏୟାର ଟାକ୍ସିରେ ଥରକେ ୫ଜଣ ଯାତ୍ରୀ ଯାଇପାରିବେ। ହେଲେ ଏଥିପାଇଁ ସେମାନଙ୍କୁ ଦେବାକୁ ଅର୍ଥ ଦେବାକୁ ପଡିବ। ବାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ହାଲ୍‌ ମଧ୍ୟରେ ଏହି ଟ୍ୟାକ୍ସି ବ୍ୟବହାର କଲେ ସିଟ୍‌ ପିଛା ୩,୨୫୦ ଟଙ୍କା ଦେବାକୁ ପଡ଼ିବ। ଲୋକଙ୍କ ପାଇଁ ଏପରି ସେବା ପୂର୍ବାହ୍ନ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଲୋକଙ୍କୁ ଏୟାରପୋର୍ଟରେ ପହଞ୍ଚିବାକୁ ୧୨୦ ମିନିଟ୍‌ ସମୟ ଲାଗୁଥିବାବେଳେ ୧,୩୦୦ ଟଙ୍କା ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri