ନୂଆଦିଲ୍ଲୀ,୧୪।୧୧ : ଭାରତ-ମ୍ୟାନମାର ସୀମାରେ ସୀମାନ୍ତ ଅଞ୍ଚଳରେ ମ୍ୟାନମାର ସେନା ଏୟାର ଷ୍ଟ୍ରାଇକ ପରେ ୨ ହଜାରରୁ ଅଧିକ ଲୋକ ମିଜୋରାମରେ ପ୍ରବେଶ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ମ୍ୟାନମାର ସେନାର ଏୟାର ଷ୍ଟ୍ରାଇକରେ ପ୍ରଭାବିତ ଅନେକ ସାଧାରଣ ନାଗରିକ ଅନ୍ତର୍ଜାତୀୟ ସୀମା ପାର ହୋଇ ମିଜୋରାମର ଚମ୍ପାଇ ଜିଲାରେ ପ୍ରବେଶ କରିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଚମ୍ପାଇ ଜିଲା ଡେପୁଟି କମିଶନର ଜେମ୍ସ ଲାଲରିଚାନ କହିଛନ୍ତି ସଦ୍ୟତମ ଘଟଣା ପରେ ମ୍ୟାନମାର ନାଗରିକ ଚମ୍ପାଇ ଜିଲ୍ଲାରେ ପ୍ରବେଶ କରିଛନ୍ତି। ଲାଲରିଚାନ କହିଛନ୍ତି ସେମାନଙ୍କ ମଧ୍ୟରେ ବହୁ ଆହତ ଅଛନ୍ତି। ଏହି ମାମଲାରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଉଛି।
https://twitter.com/NorendroKh15071/status/1724037645414879455?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1724037645414879455%7Ctwgr%5E2f0fcdaa736c529f88519d7a1d7d0d3b78ee3a33%7Ctwcon%5Es1_&ref_url=https%3A%2F%2Fhindi.news24online.com%2Fworld%2Fmore-than-2000-people-entered-mizoram-after-air-strike-in-myanmar-says-champhai-deputy-commissioner%2F438980%2F

