ଭାରତୀୟ ମନ୍ତ୍ରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୧୪।୧୧: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ଭାରତୀୟ ମାନଙ୍କ ସହିତ ସେ ସାକ୍ଷାତ କରିଥିଲେ। ତାଙ୍କ ଗସ୍ତ ସମୟରେ ପୀୟୁଷ ଗୋୟଲ ଭାରତୀୟ ଇଞ୍ଜିନିୟର୍ ଏବଂ ଫାଇନାନ୍ସ ବିଭାଗରେ ଥିବା କର୍ମଚାରୀ ମାନଙ୍କୁ ଭେଟିଥିଲେ, କିନ୍ତୁ ସେ ଏଲନ୍ ମସ୍କଙ୍କର ‘ଯାଦୁକରୀ ଉପସ୍ଥିତି’କୁ ଅଭାବ ବିଷୟରେ ସେ କହିଥିଲେ।

ଟେସଲା କାରଖାନାକୁ ଗସ୍ତ କରିବା ପରେ ପିୟୁଷ ଗୋୟେଲ ଏକ୍ସ(ଟୁଇଟର)ରେ ଲେଖିଥିଲେ ଅସୁସ୍ଥତା ହେତୁ ଏଲନ ମସ୍କଙ୍କ ସହିତ ତାଙ୍କର ସାକ୍ଷାତ ହୋଇପାରି ନଥିଲା। ଏହାପରେ ପୀୟୁଷ ଗୋୟଲଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଏଲନ୍ ମସ୍କ କହିଛନ୍ତି ଯେ ଭାରତୀୟ ମନ୍ତ୍ରୀଙ୍କ ଗସ୍ତ ତାଙ୍କୁ ସମ୍ମାନିତ କରିଛି ଏବଂ ଭବିଷ୍ୟତରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି, ତେବେ ସେ ସାକ୍ଷାତ କରିପାରି ନଥିବାରୁ କ୍ଷମା ଚାହିଁଥିଲେ।

ରିଉଟର୍ସ ଅନୁଯାୟୀ ଟେସଲା ଭାରତରେ କାରଖାନା ନିର୍ମାଣ କରିବା ପାଇଁ ନିରନ୍ତର ଚେଷ୍ଟା କରୁଛି। ଯାହାର ଉଦେଶ୍ୟ ହେଉଛି ଭାରତରେ ୨୪ ହଜାର କାର ନିର୍ମାଣ କରିବା ଯାହାର ଆନୁମାନିକ ମୂଲ୍ୟ ୧୯,୯୬୧୮୯ କୋଟି ହେବ।

ପୀୟୁଷ ଗୋୟଲଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତରେ ଏକ କାରଖାନା ପ୍ରତିଷ୍ଠା ପାଇଁ ଟେସଲାକୁ ଭାରତ ସରକାର କଷ୍ଟମ ଡ୍ୟୁଟି ରିହାତି ଦେବାକୁ ଚିନ୍ତା କରୁଥିବା ଖବର ଆସିଛି। ପୀୟୁଷ ଗୋୟଲ ସେପ୍ଟେମ୍ବରରେ କହିଥିଲେ ଯେ ଟେସଲା ଚଳିତ ବର୍ଷ ଭାରତରୁ ପ୍ରାୟ ୧.୯ ବିଲିୟନ ଡ଼ଲାର (ପ୍ରାୟ ୮ ୧୫୮.୦୩ ବିଲିୟନ) ଉପାଦାନ କିଣିବାକୁ ଯାଉଛି, ଯାହା ୨୦୨୨ ମସିହାରେ ୧ ବିଲିୟନ ଡ଼ଲାର (ପ୍ରାୟ .୩ ୮୩.୧୭ ବିଲିୟନ) ଥିଲା। ଏହା ପୂର୍ବରୁ ଏଲନ ମସ୍କ ୨୦୨୧ରେ କହିଥିଲେ ଯେ, ଭାରତରେ ଯଦି ଆମଦାନୀ ହୋଇଥିବା ଟେସଲା କାର ସଫଳତା ଦେବ ତେବେ ସେ ଭାରତରେ କାରଖାନା କାରବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri