ମାଲକାନଗିରିକୁ ବିମାନସେବା ଏକ ଅବିଶ୍ୱସନୀୟ ସ୍ବପ୍ନ ଥିଲା: ପାଣ୍ଡିଆନ

ଭୁବନେଶ୍ୱର,୧୦।୧(ଅନିଲ ଦାସ): ମାଲକାନଗିରିକୁ ବିମାନସେବା ଏକ ଅବିଶ୍ୱସନୀୟ ସ୍ବପ୍ନ ଥିଲା। ବିଶ୍ୱାସକରି ହେଉ ନ ଥିବା ଭଳି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ସାକାର କରନ୍ତି। ମଙ୍ଗଳବାର ମାଲକାନଗିରି, ନବରଙ୍ଗପୁର ଜିଲାର ରାଇଘର ଏବଂ କୋରାପୁଟ ଜିଲାର ଲକ୍ଷ୍ମୀପୁରଠାରେ ଆୟୋଜିତ ସାଧାରଣ ସଭାରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି ଲକ୍ଷ୍ମୀ ଯୋଜନା ଅବିଭକ୍ତ କୋରାପୁଟ ଜିଲାର ମାଲକାନଗିରିରୁ ହିଁ ଏହି ସବୁ ଯୋଜନାର ଶୁଭାରମ୍ଭ କରିଛନ୍ତି। ମାଲକାନଗିରିକୁ ଗତ ୯ ମାସ ଭିତରେ ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪ ହଜାର ୫ କୋଟି ଓ ଏହି ପ୍ରକଳ୍ପ ଛଡ଼ା ମାଲକାନଗିରିର ଅନ୍ୟାନ୍ୟ ଉନ୍ନୟନମୂଳକ କାମ ପାଇଁ ୭୮୬ କୋଟି ଅନୁଦାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲାକୁ ୪୫୦କୋଟି ଏବଂ କୋରାପୁଟ ଜିଲାକୁ ୪୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେବଳ ସେତିକି ନୁହେଁ କୋରାପୁଟ ଏବଂ ନବରଙ୍ଗପୁର ଜିଲାର ବିଭିନ୍ନ ସ୍ଥାନରେ ୬ଟି ଡିଗ୍ରୀ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ସବୁ କଲେଜରେ ଚଳିତ ବର୍ଷଠାରୁ ପାଠପଢ଼ା ଆରମ୍ଭ ହେବ।
ମାଲକାନଗିରିଠାରେ ବିମାନସେବାର ଉଦ୍‌ଘାଟନ ଅବସରରେ ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲାକୁ ବହୁତ ଭଲ ପାଆନ୍ତି। ଗତ ମାର୍ଚ୍ଚରେ ସେ ମାଲକାନଗିରି ଗସ୍ତ କରିଥିବା ବେଳେ ଲୋକଙ୍କଠାରୁ ୮୫୦ଟି ଦରଖାସ୍ତ ଗ୍ରହଣ କରିଥିଲେ। ସେଥିରୁ ଇତିମଧ୍ୟରେ ୮୨୦ ଦରଖାସ୍ତ ଉପରେ ପଦକ୍ଷେପ ନିଆଯାଇଛି ଓ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ସେସବୁ କାମ ଚାଲିଛି। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୧୬କୋଟି ଟଙ୍କା ଅନୁମୋଦନ କରାଯାଇଛି।
ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ଦୀର୍ଘଦିନ ଧରି ଦାବି ହେଉଥିଲା। ପ୍ରକଳ୍ପ ପାଇଁ ୪ ହଜାର ୫କୋଟି ଟଙ୍କା ମଞ୍ଜୁର ହୋଇଛି। ଡିପିଆର୍‌ ପ୍ରସ୍ତୁତ ହୋଇଥିବା ବେଳେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ମାଛକୁଣ୍ଡ ନଦୀ ଉପରେ ଦେଶୀଗୁଡ଼ା ଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୪୦ କୋଟି, କୁମୁଟୁପୁଡ଼ା ନଦୀ ଉପରେ ଦାନାବେଡ଼ା ରାସ୍ତାରେ ସେତୁ ପାଇଁ ୨୭କୋଟି, କାଳିଆଘର ନାଳ ଉପରେ ଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ମାଲକାନଗିରି ଜିଲା ପାଇଁ ମୁଖ୍ୟମନ୍ତ୍ରୀ ମୋଟ୍‌ ୪ହଜାର ୧୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜିଲାରେ ଆହୁରି ଅଧିକ ଲକ୍ଷ୍ମୀବସ୍‌ ଚଲାଇବା ପାଇଁ ହେଉଥିବା ଦାବି ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।
ମାଲକାନଗିରି ପରେ ନବରଙ୍ଗପୁର ରାଇଘରରେ ୫-ଟି ଅଧ୍ୟକ୍ଷ ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ଗତ ମାର୍ଚ୍ଚରେ ନବରଙ୍ଗପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ପାଳନ ସମ୍ପର୍କରେ ସେ ଅବଗତ କରିଛନ୍ତି। ୯ମାସ ଭିତରେ ନବରଙ୍ଗପୁର ଜିଲା ପାଇଁ ୪୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଉମରକୋଟ ନିର୍ବାଚନମଣ୍ଡଳୀ ପାଇଁ ୨ଶହ କୋଟି ମଞ୍ଜୁର ହୋଇଛି। ଜିଲା ପାଇଁ ମିଳିଥିବା ଏହି ୪୫୦ କୋଟି ଭିତରେ ଜଳସେଚନ ଲାଗି ମିଳିଥିବା ଅନୁଦାନ ରାଶିକୁ ଯୋଡ଼ାଯାଇନାହିଁ। ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। କଲେଜଗୁଡ଼ିକରେ ଚଳିତବର୍ଷରୁ ନାମଲେଖା ହେବ। ସେହିଭଳି ଉମରକୋଟରେ ଡାଏଲିସିସ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ଗୋଣ୍ଡ ସମାଜ ଭବନ ନିର୍ମାଣ ପାଇଁ ୫୦ଲକ୍ଷ ଟଙ୍କା, ବଙ୍ଗାଳି ସମାଜର କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ୧ କୋଟି ୨୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ପୋଡ଼ାଗଡ଼ରେ ଥିବା ଶିବ ମନ୍ଦିର ଓ ଅଞ୍ଚଳର ଉନ୍ନତି ପାଇଁ ୨କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ଉମରକୋଟ-ରାଇଘର ରାସ୍ତା ନିର୍ମାଣ ପାଇଁ ୫୦କୋଟି ଟଙ୍କା ମଞ୍ଜୁର ସହ ଅନ୍ୟାନ୍ୟ ରାସ୍ତାର ଉନ୍ନତୀକରଣ ପାଇଁ ଅନୁଦାନ ରାଶି ସମ୍ପର୍କରେ ପାଣ୍ଡିଆନ ସୂଚନା ଦେଇଥିଲେ। ପେଣ୍ଡ୍ରାଣୀ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ଡିଗ୍ରୀ କଲେଜ ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇ କାମ ସରିଲାଣି। ଭାସ୍କଲ ଡ୍ୟାମ୍‌ ପାଇଁ ୬ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି। ମା’ ପେଣ୍ଡ୍ରାଣୀ ମନ୍ଦିରର ଉନ୍ନତି ପାଇଁ ୩୦ ଲକ୍ଷ ଟଙ୍କା, ରାଇଘର ପଞ୍ଚାୟତ ସମିତି ହାୟର ସେକେଣ୍ଡାରୀ ସ୍କୁଲର ଉନ୍ନତୀକରଣ ପାଇଁ ୫୦ଲକ୍ଷ, ରାଇଘରରୁ ଅଞ୍ଚଳ ରାସ୍ତା ପାଇଁ ୪୫କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ପାଣ୍ଡିଆନ ସୂଚନା ଦେଇଛନ୍ତି।
ଭାତବେଡ଼ାରୁ -ଛତିଶଗଡ଼ ସୀମା ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ପାଖାପାଖି ୧୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଲୋକମାନେ ଦେଇଥିବା ଦରଖାସ୍ତର ବିଚାର କରାଯାଇ ଆସନ୍ତା ୧୦ଦିନରେ ଖୁସି ଖବର ଦିଆଯିବ ବୋଲି ୫-ଟି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଉନ୍ନତି ପାଇଁ ଲୋକମାନଙ୍କୁ ଖୁସି ଖବର ମିଳିବ। ବିଏସ୍‌କଓ୍ବୋଇ-ନବୀନ କାର୍ଡ ପାଇଁ ପଞ୍ଜୀକରଣ ଚାଲିଛି। ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ବିଏସ୍‌କଓ୍ବୋଇ କାର୍ଡ ପାଇ ନ ଥିବା ସମସ୍ତେ ଏଥିପାଇଁ ଆବେଦନ କରିପାରିବେ। ସହରାଞ୍ଚଳ ଲୋକ, ସରକାରୀ କର୍ମଚାରୀ ପରେ ଯୋଜନାର ଲାଭ ପାଇବେ।
ଅନ୍ୟପଟେ ଆସନ୍ତା ୨ ମାସ ଭିତରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବ। ମକା ଚାଷୀଙ୍କୁ ସହଯୋଗ କରିବାକୁ ସରକାର ମକା ମିଶନ ଆରମ୍ଭ କରିଛନ୍ତି। ଭତ୍ତା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଖୁସି ଖବର ଦେବେ ବୋଲି ପାଣ୍ଡିଆନ କହିଛନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁରରେ ଆୟୋଜିତ ସାଧାରଣ ସଭାରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ଯୋଗ ଦେଇଥିଲେ। ଗତଥର ନାରାୟଣପାଟଣା ଆସିଥିବା ବେଳେ ସେ ୧୫ଟି ଦରଖାସ୍ତ ପାଇଥିଲେ। ୧୦ମାସ ଭିତରେ ସେଥିରୁ ୧୨ଟି ଉପରେ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏଥିସହ ନାରାୟଣପାଟଣା ଓ ବନ୍ଧୁଗାଁରେ ସରକାରୀ ଡିଗ୍ରୀ କଲେଜ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଚଳିତବର୍ଷଠୁ ହିଁ ସେଠାରେ ଆଡ୍‌ମିଶନ ହେବା ସହ ପାଠପଢ଼ା ହେବ। ଝଞ୍ଜାବତୀ ବ୍ୟାରେଜ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନାରାୟଣପାଟଣାରେ ଥିବା ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୪ କୋଟି ଟଙ୍କା, ବନ୍ଧୁଗାଁରେ ଥିବା ଅଗ୍ନିଗଙ୍ଗା ମା’ ମନ୍ଦିର ପାଇଁ ୨ କୋଟି ଟଙ୍କା, ଲକ୍ଷ୍ମୀପୁର କଲେଜର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ଆର୍‌.କେ. ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ଡିଗ୍ରୀ କଲେଜର ୫-ଟି ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଛି। ନାରାୟଣପାଟଣାରେ ଥିବା ରାଧାକ୍ରିଷ୍ଣ ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ କୋରାପୁଟ ଜିଲାର ୩୦୦ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି। କେବଳ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ପାଇଁ ୧୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନିକଟରେ ଜୟପୁର ଗସ୍ତରେ ଆସିଥିବା ବେଳେ ଆଉ କିଛି ଆବେଦନ ମିଳିଥିଲା। ସେଥିମଧ୍ୟରୁ ୩୦୦ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେବଳ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ପାଇଁ ୧୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଗୁପ୍ତେଶ୍ୱର ମନ୍ଦିର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୨୦ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ କୋଲାବ ନଦୀ ଉପରେ ସେତୁ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସେ କହିଛନ୍ତି। କଂସାରୀଗୁଡ଼ା ଆଲୁମିନିୟମ ପ୍ରୋଜେକ୍ଟକୁ ମୁଖ୍ୟମନ୍ତ୍ରୀ ନିକଟରେ ଶୁଭ ଉଦ୍‌ଘାଟନ କରିଛନ୍ତି। ଗତ ୧୦ ମାସ ଭିତରେ ମୁଖ୍ୟମନ୍ତ୍ରୀ କେବଳ କୋରାପୁଟ ଜିଲାକୁ ୪୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ନିବେଦନଗୁଡିକ ପାଇଁ ଆସନ୍ତା ୧୯ ତାରିଖ ମଧ୍ୟରେ ଖୁସି ଖବର ପାଇବେ। ଏଥିସହ ଖୁବ୍‌ଶୀଘ୍ର ଭତ୍ତା ବଢ଼ାଯିବ ବୋଲି ପାଣ୍ଡିଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri