ବଜ୍ରପାତ-ବିଜୁଳି ଦ୍ୱାରା ବାୟୁ ବିଶୋଧନ

ପ୍ରକୃତି ତାହାର ପରିବେଶକୁ ସଜାଡ଼ିବାକୁ ମଧ୍ୟ ପ୍ରୟାସ କରିଥାଏ। ପ୍ରାକୃତିକ ଉପାୟରେ ବାୟୁମଣ୍ଡଳର ବିଶୋଧନ ଏହାର ଏକ ଉଦାହରଣ। ବଜ୍ରପାତ ଓ ବିଜୁଳି ଦ୍ୱାରା ବାୟୁମଣ୍ଡଳ ଟ୍ରାଟୋସ୍ପିୟରରେ ଓଜୋନ୍‌ ବାଷ୍ପର ସୃଷ୍ଟି ହୋଇଥାଏ। ଓଜନ ଏକ ବିଶୋଧକ ଏବଂ ଏହା ବାୟୁମଣ୍ଡଳ ବିଶୋଧନରେ ସହାୟକ ହୋଇଥାଏ। ତେଣୁ ବଜ୍ରପାତ ଓ ବିଜୁଳି ପରେ ଆମକୁ ତାଜା ଏବଂ ସ୍ବଚ୍ଛ ବାୟୁର ବାତାବରଣ ଅନୁଭୂତ ହୋଇଥାଏ। ସେହିପରି ଟାଣ ଖରାରେ ଲୁଗାପଟା ଶୁଖାଇଲା ପରେ ସେଥିରୁ ମଧ୍ୟ ଏହା ଅନୁଭବ ହୋଇଥାଏ। ବିଜୁଳି ସମୟରେ ବାୟୁ ୩୦,୦୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଉତ୍ତପ୍ତ ହୋଇଥାଏ। ବାୟୁର ବିସ୍ତାର ଦ୍ୱାରା ବଜ୍ର ଧ୍ୱନି ସୃଷ୍ଟି ହୋଇଥାଏ, ଯାହା କି ଆମେ ଶୁଣିଥାଉ। ତେଣୁ ବିଜୁଳି ପରେ ଘଡଘଡି ଶବ୍ଦ ଆସିଥାଏ। ବିଜୁଳି ଦ୍ୱାରା ବାୟୁ ଉତ୍ତପ୍ତ ହୋଇ ଅମ୍ଳଜାନ ଅଣୁ ଭାଙ୍ଗି ପରମାଣୁରେ ପରିଣତ ହୋଇଥାଏ। ଅମ୍ଳଜାନ ପରମାଣୁ କିଛି ଅମ୍ଳଜାନ ଅଣୁ ସହ ମିଶି ଓଜନ ଅଣୁରେ ପରିଣତ ହୋଇଥାଏ। ତେଣୁ ଏହିପରି ଟ୍ରାପୋସ୍ପିୟରରେ ଓଜନ ଅଣୁର ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ବଜ୍ରପାତ ପରେ ଆମକୁ ଘର ବାହାରେ ଓଜୋନ ବାଷ୍ପର ସ୍ବଚ୍ଛତା ବାରି ହୋଇଥାଏ। ଏହାଦ୍ୱାରା ବାୟୁ ଅପେକ୍ଷାକୃତ ଭାବେ ତାଜା ହୋଇଯାଏ। ଓଜୋନ ଅକ୍ସିଡେସନ ଦ୍ୱାରା ବାୟୁମଣ୍ଡଳରେ ଥିବା ଜୀବାଣୁ ଓ ଭୂତାଣୁ ଆଦିକୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ। ତେଣୁ ବାୟୁମଣ୍ଡଳ ଅପେକ୍ଷାକୃତ ଭାବେ ଶୁଦ୍ଧ ହୋଇଥାଏ, ଯାହା ଆମ ବଜ୍ରପାତ ପରେ ଅନୁଭବ କରିଥାଉ। ଓଜୋନର ବ୍ୟାକ୍ଟେରିୟାକୁ ମାରିବାର କ୍ଷମତା କ୍ଲୋରିନ୍‌ଠାରୁ ୩୨୦୦ଗୁଣା ଅଧିକ। କରୋନା ମହାମାରୀ ସମୟରେ ବଜ୍ରପାତ ଓ ବିଜୁଳି ଆମକୁ ବିଶୁଦ୍ଧ ବାୟୁମଣ୍ଡଳ ଦେଇପାରୁଛି, ଯାହା କି ପ୍ରକୃତିଦତ୍ତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବା ପାଇଁ କୋଭିଡ୍‌-୧୯ ଉପଲକ୍ଷେ ଆମ ଦେଶ ଓ ଅନ୍ୟ ଦେଶରେ ବିଶୋଧନ କରାଯାଉଥିବା ବେଳେ ପ୍ରକୃତି ସ୍ବୟଂ ବିଶୋଧନ କରିପାରୁଛି।

ଡ. ମାନସ ରଞ୍ଜନ ସେନାପତି
-ଡିନ୍‌, ବିଜ୍ଞାନ, ବିଜୁ ପଟ୍ଟନାୟକ
ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ମୋ : ୯୪୩୭୨୩୭୭୯୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri