Categories: ଜାତୀୟ

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ସରକାରଙ୍କୁ ଉପାୟ ଚିନ୍ତା କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ ।୧୧: ଦିଲ୍ଲୀ ଏନ୍‌ସିଆର୍‌ର ବାୟୁ ବେଳକୁ ବେଳ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କୌଣସିଟା ଫଳପ୍ରଦ ହୋଇନାହିଁ । ଚଳିତ ବର୍ଷ ଦୀପାବଳି ପୂର୍ବରୁ ଏଠାରେ ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି । ଶୁକ୍ରବାର ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି କରାଯାଇଛି । ଏଥିରେ ସଲିସିଟର ଜେନରାଲ ତୁଷାର ମେହେତା କହିଥିଲେ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଲାଗି ଗଠନ କରାଯାଇଥିବା ଆୟୋଗ ଆଜିଠାରୁ କାର୍ଯ୍ୟ କରିବ । ଏହାପରେ କୋର୍ଟ କହିଥିଲେ କି ସ୍ପଷ୍ଟ କରାଯାଉ ଯେ ଦିଲ୍ଲୀରେ କେବେ ପ୍ରଦୂଷଣରୁ ମୁକ୍ତି ମିଳିବ । ଏହାର ପରବର୍ତ୍ତି ଶୁଣାଣି ଦୀପାବଳି ପରେ କରାଯିବ ।

Share