ବାୟୁ ପ୍ରଦୂଷଣ: ଅରେଞ୍ଜ ଜୋନ୍‌ରେ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ,୬ା୧: କେନ୍ଦ୍ରାପଡ଼ା ଜିଲାରେ ଖଣି ନାହିଁ। ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ନ ଥିବା ବେଳେ ରେଳରୁ ଧୂଅଁା ବାହାରୁ ନାହିଁ। ଏହାସତ୍ତ୍ୱେ ବାୟୁର ଗୁଣବତ୍ତାକୁ ନେଇ ୨୦୨୧ ନଭେମ୍ବରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହୋଇଥିତ୍ବା ଅନୁଧ୍ୟାନ ରିପୋର୍ଟ ଚିନ୍ତାର କାରଣ ସାଜିଛି। କେନ୍ଦ୍ରାପଡ଼ାର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୱ୍ୟୁଆଇ) ୧୨୯ରେ ପହଞ୍ଚତ୍ ଗ୍ରୀନ, ୟେଲୋକୁ ଟପି ଅରେଞ୍ଜ ଜୋନରେ ପହଞ୍ଚତ୍ଛି। ଏଠାରେ ଏୟାର ପାର୍ଟିକୁଲେଟ ମ୍ୟାଟର (ଏପିଏମ୍‌) ୧୦ ଓ ପିଏମ୍‌ ୨.୫ ସ୍ତରରୁ ଅଧିକ ହେବାରେ ଲାଗିଛି। ଫଳରେ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିଛି। ଜଳ ସହିତ ବାୟୁ ପ୍ରଦୂଷଣ ତୁରନ୍ତ ନିୟନ୍ତ୍ରଣ ନ ହେଲେ ଏକ୍ୱ୍ୟୁଆଇ ବଢ଼ି ରେଡ୍‌ ଜୋନରେ ରହିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ଜଳ ଓ ବାୟୁକୁ ଶିଳ୍ପ ପ୍ରଦୂଷିତ କରୁଛି। ଏକ୍ୱ୍ୟୁଆଇ ଶୂନରୁ ୫୦ ମଧ୍ୟରେ ରହିଲେ ସର୍ବୋତ୍ତମ ଭାବେ ଧରାଯାଇ ଗ୍ରୀନ ଜୋନରେ ରଖାଯାଏ। ଏହି ଅଞ୍ଚଳରେ ବାୟୁ ପ୍ରଦୂଷଣ ନ ଥିବାରୁ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ନ ଥାଏ। ଏକ୍ୱ୍ୟୁଆଇ ୫୧ରୁ ୧୦୦ ମଧ୍ୟରେ ରହିଲେ ସାଟିସଫାକ୍‌ଟୋରି ଜୋନ ଓ ୧୦୧ରୁ ୨୫୦ ମଧ୍ୟରେ ରହିଲେ ମଡରେଟଲି ପଲ୍ୟୁଟେଡ ବା ୟେଲୋ ଜୋନ ମଧ୍ୟରେ ରଖାଯାଇଥାଏ। ସେହିପରି ୟେଲୋ ଜୋନର ନିମ୍ନମାନର ଏକ୍ୱ୍ୟୁଆଇ ୨୫୧ରୁ ୩୫୦ ହୋଇଥିବା ବେଳେ ଏହାକୁ ଅଧିକ ମାତ୍ରାରେ ରେଡ ଜୋନ ଭାବେ ବିବେଚନା କରାଯାଇଥାଏ। ୟେଲୋ ଜୋନ ଅଧୀନରେ ଥିବା ସାଧାରଣ ସୁସ୍ଥ ଲୋକ ମଧ୍ୟ ଚର୍ମ, ଆଜମା, ଟିବି, କିଡ୍‌ନୀ, ଲିଭର, କ୍ୟାନସର ଆଦି ହେବା ସମ୍ଭାବନା ଅଧିକ। ୨୦୨୧ ନଭେମ୍ବରରେ ରାଜ୍ୟର କେତେକ ଶିଳ୍ପାଞ୍ଚଳ ସହ କେନ୍ଦ୍ରାପଡ଼ାର ବାୟୁମଣ୍ଡଳକୁ ନିରୀକ୍ଷଣ କରାଯାଇଥିଲା। ଏଥିରେ କେନ୍ଦ୍ରାପଡ଼ାର ବାୟୁ ପ୍ରଦୂଷଣ ଦ୍ରୁତ ବେଗରେ ବଢୁଥିବା ରିପୋର୍ଟ ଆସିଛି। ଏହି ଜିଲାରେ ପ୍ରଦୂଷଣ ପାଇଁ କୌଣସି କାର୍ଯ୍ୟ ହେଉ ନ ଥିବା ବେଳେ ପଡୋଶୀ ଜିଲାର ଶିଳ୍ପ ଏହାକୁ ପ୍ରଦୂଷିତ କରୁଛି। ବ୍ରାହ୍ମଣୀ ଓ ମହାନଦୀ କୂଳରେ ଥିବା ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜଳରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା ମଧ୍ୟ ଦେଇ ସମୁଦ୍ରରେ ମିଶୁଛି। ସେହିପରି ଜିଲାର ଅତି ନିକଟରେ ଥିବା ଜଗତ୍‌ସିଂହପୁର, ଯାଜପୁର, କଟକ ଜିଲାର ଶିଳ୍ପରୁ ନିର୍ଗତ ରାସାୟନିକ ବାଷ୍ପ, ଧୂଅଁା, ଧୂଳି ଆଦି କେନ୍ଦ୍ରାପଡ଼ାକୁ ଭାସି ଆସି ବାୟୁ ପ୍ରଦୂଷଣକୁ ବଢ଼ାଉଛି। ଏହି ବିଷାକ୍ତ ଜଳ ଓ ବାୟୁ ସାଧାରଣ ଜନଜୀବନକୁ ରୋଗଗ୍ରସ୍ତ କରୁଥିବା ବେଳେ ଚାଷ ପ୍ରଭାବିତ ହେଉଛି। ସେହିପରି ଭିତରକନିକାର ଜୈବ ବିବିଧତା, ବନ୍ୟ ଓ ସାମୁଦ୍ରିକ ପ୍ରାଣୀକୁ ନଷ୍ଟ କରୁଛି। ଏପରିକି ଭୂତଳ ଜଳରେ ନାଇଟ୍ରେଟ, ଆଇରନ, ଫ୍ଲୋରାଇଡ ଅଧିକ ପରିମାଣରେ ଥିବା ୨୦୨୧ ମାର୍ଚ୍ଚରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ପ୍ରଦାନ କରିଥିଲେ। ସମୁଦ୍ର ମୁହାଣରେ ଜମା ହେଉଥିବା ବର୍ଜ୍ୟବସ୍ତୁ ବାହାର କରିବା ସହିତ ବ୍ୟାପକ ଜଙ୍ଗଲ ସୃଷ୍ଟି ପାଇଁ ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri