Posted inଜାତୀୟ

୯ ବର୍ଷ ଆୟୁଷ କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ, ୨।୯: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ୨୦୧୯ ସ୍ଥିତି ଭଳି ବାୟୁ ପ୍ରଦୂଷଣ ଲାଗି ରହିଲେ ଉତ୍ତର ଭାରତୀୟଙ୍କ ଆୟୁଷ ୯ ବର୍ଷ କମିଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉତ୍ତର ଭାରତର ଗାଙ୍ଗେୟ ସମତଳ ଭୂମିରେ ୪୮ କୋଟିରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି, ଯାହା ମୋଟ ଜନସଂଖ୍ୟାର ୪୦ ପ୍ରତିଶତ। ଏଠାରେ ପ୍ରଦୂଷଣ ସ୍ତର ନିୟମିତ ଭାବେ ବଢ଼ିଚାଲିଛି, ଯାହା ବିଶ୍ୱର ଅନ୍ୟ କେଉଁଠି ଦେଖାଯାଏ ନାହିଁ ବୋଲି ସିକାଗୋ ବିଶ୍ୱବିଦ୍ୟାଳୟର ବାୟୁ ମାନ ଜୀବନ ସୂଚକାଙ୍କ (ଏକ୍ୟୁଏଲ୍‌ଆଇ) ରିପୋର୍ଟରେ କୁହାଯାଇଛି। ଯଦି ଜଣେ ସ୍ବଚ୍ଛ ବାୟୁରେ ଶ୍ୱାସକ୍ରିୟା କରେ ତେବେ ସେ କେତେଦିନ ବଞ୍ଚତ୍ପାରିବେ ତାହା ଉପରେ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଅଧ୍ୟୟନ କରାଯାଇଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବାୟୁ ପ୍ରଦୂଷଣ ସ୍ତର ଏତେ ବଢ଼ିଯାଇଛି ଯେ, ଏବେ ସେଠାରେ ଲୋକମାନଙ୍କ ହାରାହାରି ଆୟୁଷ ଅତିରିକ୍ତ ୨.୫ରୁ ୨.୯ ବର୍ଷ ହ୍ରାସ ପାଉଛି।
୨୦୧୯ରେ ଭାରତରେ ବାୟୁ ପ୍ରଦୂଷଣ ଅତ୍ୟଧିକ ବଢ଼ିଥିଲା। ସେତେବେଳେ ପ୍ରତି ଘନମିଟର ବାୟୁରେ ହାରାହାରି କଣିକା ଉପାଦାନ ସାନ୍ଦ୍ରତା ୭୦.୩ ମାଇକ୍ରୋଗ୍ରାମ ଥିଲା। ଏହା ବିଶ୍ୱରେ ସର୍ବାଧିକ ହୋଇଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଗାଇଡ୍‌ଲାଇନରେ ଧାର୍ଯ୍ୟ ଘନମିଟର ପ୍ରତି ୧୦ ମାଇକ୍ରୋଗ୍ରାମ୍‌ର ୭ ଗୁଣ। ପ୍ରଦୂଷଣ ଅଞ୍ଚଳ ମଧ୍ୟ ସମୟକ୍ରମେ ବୃଦ୍ଧି ପାଉଥିବା ଉକ୍ତ ରିପୋର୍ଟରେ କୁହାଯାଇଛି।
ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେପାଳକୁ ନେଇ ପ୍ରକାଶ ପାଇଥିବା ଏକ୍ୟୁଏଲ୍‌ଆଇ ତଥ୍ୟ ଅନୁଯାୟୀ ଯଦି ପ୍ରଦୂଷଣ ସ୍ତରକୁ ଡବ୍ଲ୍ୟୁଏଚ୍‌ଓ ଗାଇଡ୍‌ଲାଇନ ସ୍ତରକୁ ହ୍ରାସ କରାଯାଏ, ତେବେ ଏଠାର ଜନସାଧାରଣଙ୍କ ହାରାହାରି ଆୟୁଷ ଆଉ ୫.୬ ବର୍ଷ ବଢ଼ିଯିବ। ଦକ୍ଷିଣ ଏସିଆରେ ପ୍ରଦୂଷଣ ସାଙ୍ଗକୁ ଜନସଖ୍ୟା ଅଧିକ ହୋଇଥିବାବେଳେ ଉକ୍ତ ଅଞ୍ଚଳ ମୋଟ ଜୀବନ ବର୍ଷର ୫୮ ପ୍ରତିଶତ ହରାଉଥିବା ରିପୋର୍ଟରେ କୁହାଯାଇଛି। ୨୦୦୦ ତୁଳନାରେ ବର୍ତ୍ତମାନ ଭାରତ ଓ ପାକିସ୍ତାନରେ ଗାଡ଼ି ସଂଖ୍ୟା ୪ ଗୁଣ ବଢ଼ିଛି। ଭାରତ, ପାକ୍‌, ବାଂଲାଦେଶ ଏବଂ ନେପାଳରେ କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ୧୯୯୮ରୁ ୨୦୧୭ ମଧ୍ୟରେ ୩ ଗୁଣ ବୃଦ୍ଧି ପାଇଛି। ଏହା ବ୍ୟତୀତ ଜମିରେ ନଡ଼ା ପୋଡ଼ିବା, ଇଟା ଭାଟି ଏବଂ କଳକାରଖାନା ଯୋଗୁ ଉକ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। କଣିକା ପ୍ରଦୂଷଣ ମାନବ ସ୍ବାସ୍ଥ୍ୟ ପାଇଁ ସର୍ବାଧିକ ବିପଦ ବୋଲି ଏକ୍ୟୁଏଲ୍‌ଆଇ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri