Categories: ଜାତୀୟ

ଦୀପାବଳି ପରେ ବଢିଲା ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୫ ।୧୦: ଦୀପାବଳି ଉତ୍ସବ ପାଳନ ପରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇଯାଇଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଯାଇଛି । ଏହାର ପ୍ରଭାବରେ ଆଗାମୀ ଦିନରେ ରାଜଧାନୀର ବାୟୁ ଆହୁରି ପ୍ରଦୂଷଣ ହେବ ବୋଲି କୁହାଯାଉଛି । ଯଦିଓ ଦିଲ୍ଲୀରେ ବାଣ ପୁଟିବାର ପରିମାଣ କମ ଥିଲା ତା’ପରେ ବି ଏଠାକର ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ଦୀପାବଳି ସନ୍ଧ୍ୟାରେ ଆନନ୍ଦ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ-୩୯୮ ଅର୍ଥାତ୍ ଅତ୍ୟନ୍ତ ପ୍ରଦୂଷିତ ଥିଲା । ସେହିପରି ଦିଲ୍ଲୀ ଏନସିଆରରେ ଦୀପାବଳି ପରେ ବାୟୁ ପ୍ରୂଷଣର ମାତ୍ରା ହଠାତ୍ ଅତି ଖରାପ ଶ୍ରେଣୀରେ ପହଞ୍ଚି ଯାଇଛି । ଆଗକୁ ଏହା ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଇଛି ।

Share