Categories: ଜାତୀୟ

ଭାରତୀୟ ବାୟୁସେନା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶଲ ଏ. ପି. ସିଂ

ନୂଆଦିଲ୍ଲୀ,୧।୨: ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏ.ପି. ସିଂଙ୍କୁ ନିଯୁକ୍ତ କରାଯାଇଛି। ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି। ଜାନୁୟାରୀ ୩୧ରେ ସନ୍ଦୀପ ଅବସର ନେଇଥିଲେ।

ବାୟୁସେନା ଉପାଧ୍ୟକ୍ଷ ହେବା ପୂର୍ବରୁ ଏୟାର ମାର୍ଶଲ ଏ.ପି. ସିଂ ସେଣ୍ଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଥିଲେ। ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ କଲେଜର ପୂର୍ବ ଛାତ୍ର ଅଟନ୍ତି।

Share